ଯେବେ ହିନ୍ଦୁ ପରମ୍ପରାର କଥା ଆସେ ସେତେବେଳେ ତଥାକଥିତ ନାରୀ ବିରୋଧୀମାନେ ଦୃଢଭାବେ ଏହା ବିରୋଧରେ ଅଭିଯାନ ଆରମ୍ଭ କରି ଦିଅନ୍ତ । କିନ୍ତୁ ଇସ୍ଲାମ୍ ବିଷୟରେ ଏମାନେ ମୁହଁ ବନ୍ଦ କରି ଦିଅନ୍ତି । କୋ÷ଣସି ଅଭିଯାନ କରନ୍ତି ନାହିଁ ଯଦିଓ ଏହି ପରମ୍ପରା ଫଳରେ କାହାର ଜୀବନ ଦୁର୍ବିସହ ହେଉନା କାହିଁକି ।
୧ ଫେବୃଆରୀରେ ସାରା ବିଶ୍ୱରେ ‘ ୱାର୍ଲ୍ଡ ହିଜାବ ଡେ’ ପାଳନା କରାଗଲା, ଏହି ଦିନ ବିଶ୍ୱରେ ଏକଥାର ଚର୍ଚ୍ଚା ହୋଇଛି କି ଶେଷ ହିଜାବ୍ ରୁ କ’ଣ ସଫଳତା ମିଳିଛି । ହିଜାବକୁ ମହିଳାମାନଙ୍କ ପରିଚୟ ସହ ଯୋଡି ଦେଖାଗଲା ଏବଂ ହିଜାବ୍ର ବାହାନାରେ ମୁସଲିମ୍ ମହିଳାଙ୍କୁ ବିରୋଧ କରୁଥିବା ତଥାକଥିତ ଲୋକେ ନିଜର ଅଭିଯାନ କରୁଥିଲେ ।
ବାସ୍ତବରେ ଇସ୍ଲାମ୍ରେ ଏକ ସମସ୍ୟା ରହିଛି ଯାହାକୁ ସ୍ୱୀକାର କରିବାକୁ ସେମାନେ ପ୍ରସ୍ତୁତ ନୁହନ୍ତି । ଯେପରି ବୁର୍ଖା,ହିଜାବ ଅବା ତିନ୍ ତଲାକ୍ ଭଳି କୁରୀତି । ସ୍ତ୍ରୀମାନଙ୍କ ପ୍ରତି କୁରୀତିମାନ ଯେମିତି ଉତ୍ସବ ପାଳନ କରିବାର ଏକ ଅଜବ ପରମ୍ପରା ରହିଛି । ଏପରିକି ଏଠାରେ ଏମିତି ବିସ୍ମୟକର କୁରୀତି ରହିଛି କି ଏମାନେ ଚାହାନ୍ତି କି ତାଙ୍କର ଏପରି କୁରୀତିକୁ ଅବଶିଷ୍ଟ ଲୋକେ ମଧ୍ୟେ ମାନନ୍ତୁ ।
ନିକଟରେ ଇସ୍ଲାମର କୁରୀତିମାନ ସମାପ୍ତ କରିବା ପାଇଁ ମହିଳାମାନେ ଆଗକୁ ଆସିଛନ୍ତି । ଯେତେବେଳେ ଭାରତରେ ତିନି ତଲାକ୍ ବିରୁଦ୍ଧରେ ମୁସଲମାନ୍ ମହିଳାମାନେ ବିରୋଧ ଆରମ୍ଭ କରିଛନ୍ତି ଅପରପକ୍ଷେ ବିଶ୍ୱରେ ହିଜାବକୁ ନେଇ ତର୍କ ହେଉଛି । ଏହି କ୍ରମରେ ଇରାନ୍ର ମହିଳାମାନେ ଆଗକୁ ବଢି ଜବରଦସ୍ତ ଲଦାଯାଇଥିବା ଏହି ନିୟମ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି ବିଷୟରେ ସବୁଠାରୁ ଶାଣିତ ବିରୋଧ ଭାରତରେ ତଥାକଥିତ ନାରୀବିରୋଧୀ ମାନଙ୍କଠାରେ ଦେଖାଦେଇଛି । ସେମାନେ ନାତଁ ମୁସଲମାନ୍ ମହିଳାଙ୍କ ସହିତ ଜଡିତ ଥିବା ପ୍ରସଙ୍ଗରେ କହନ୍ତି ନାଁ କି ଏହି ବିଷୟରେ କୋ÷ଣସି ବିଷୟକୁ ପଢିବାକୁ ପସନ୍ଦ କରନ୍ତି । ଏପରି କି କେତେ ଥରତ ଏମାନେ ଏମିତି ଏମିତି ତର୍କ କୁରୀତି ସପକ୍ଷରେ କହନ୍ତି ଯାହାକୁ କଟ୍ଟରରୁ କଟ୍ଟର ମୋ÷ଲାନାମାନଙ୍କ ମୁହଁ ତଳକୁ ହୋଇଯାଏ ।
ଭାରତରେ ସୋସିଆଲ ମିଡିଆରେ ମହିଳା ବିରୋଧୀ ଧ୍ୱଜା ଉଡାଉଥିବା ଧ୍ୱଜାଧାରୀମାନେ ମଧ୍ୟ ବିଶ୍ୱ ହିଜାବ ଦିବସ ଅବସରରେ ଉତ୍ସବ ମନାଉଥିବା ଦେଖାଯାଉଛି ।
ଏଥିରେ ଫେମିନିଜମ୍ ଇନ୍ ଇଣ୍ଡିଆ (ଲରଜ୍ଞସଦ୍ଭସଗ୍ଦସଦ୍ଭୟସବ.ମକ୍ଟଜ୍ଞ) ପ୍ରମୁ୍ଖ ଅଟନ୍ତି । ଏହି ୱେବ୍ ସାଇଟରେ ଗୋଟିଏ ନୁହେଁ କେତେକ ଲେଖା ମିଳିବ ଯାହା ଭାରତର ଆତ୍ମା ଓ ହିନ୍ଦୁ ସମାଜ ଦୁଇଟିକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ପ୍ରର୍ଯ୍ୟାପ୍ତ । ଇସ୍ଲାମ୍ି କୁରୀତି ବିରୋଧରେ ସ୍ୱର ଉଠାଇଲା ଭଳି ଏପରି ଏକ ଲେଖା ସେହି ୱେବ୍ ସାଇଟରେ ଦେଖିବାକୁ ମିଳିବ ନାହିଁ । ଏତିକି ନୁହେଁ ନିଜ ଲେଖାରେ ଏହି ୱେବ୍ ସାଇଟ୍ ସମସ୍ତ ସୀମାରେଖା ପାରି ହୋଇ ହିଜାବ୍ ଦିବସକୁ ପାଳନକୁ ସମ୍ମାନ ଜଣାଇବାର ଏକ ଅବସର ରୂପେ ପାଳନ କରିଛନ୍ତି ।
Comments
Post a Comment