ଚାଣକ୍ୟ ପ୍ରଭାତ ଶାଖାର ପଞ୍ଚମ ବାର୍ଷିକୋତ୍ସବ ପାଳିତ


କଟକ, ୧୧ ।୨: ଗତ ରବିବାର ବସନ୍ତ ପଞ୍ଚମୀ ଅବସରରେ ଭିକାରୀ ବଳ ପାର୍କଠାରେ ଚାଣକ୍ୟ ପ୍ରଭାତ ଶାଖାର ପଞ୍ଚମ ବାର୍ଷିକୋତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକ ଅଦାଲତର ସିନିୟର ଷ୍ଟାଣ୍ଡିଂ କାଉନସିଲର ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ ଭାଇ ଏବଂ ସ୍ୱୟଂସେବକ ତଥା କଟକ ଜିଲ୍ଲା ପ୍ରଚାରକ ଲକ୍ଷ୍ମୀଧର ଭାଇ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଶତାଧିକ ସ୍ୱୟଂସେବକମାନେ ଉପସ୍ଥିତ ଥିଲେ । ଗୋପାଳଜୀଉ ଉପନଗର କାର୍ଯ୍ୟବାହି ଚିତ୍ତରଞ୍ଜନ ମହାନ୍ତି ମଞ୍ଚ ପରିଚାଳନ।। କରିଥିଲେ  । ପରିଶେଷରେ ଚାଣକ୍ୟ ପ୍ରଭାତ ଶାଖାର ମୁଖ୍ୟ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ

Comments