ଚଣ୍ଡିଖୋଲ, ୧୪/୨: ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ଉତ୍ତର ପୂର୍ବ ସମ୍ଭାଗ ଆନୁକୁଲ୍ୟରେ ଚଣ୍ଡିଖୋଲ ଛକ ସନ୍ନିକଟ ନୂଆସୁଙ୍ଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଅଧ୍ୟାପକ ପବିତ୍ର ମାହାଲାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅଭିମନ୍ୟୁ ରାଉତ, ସମ୍ମାନୀୟ ଅତିଥି ଭାବେ ବଡ଼ଚଣା ମଣ୍ଡଳ ଶିକ୍ଷାଧିକାରିଣୀ ସସ୍ମିତା ସାହୁ, ସୁଙ୍ଗୁଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ·ଚାଲିନ୍ ସ୍ୱାଇଁ ଯୋଗ ଦେଇ ଶିଶୁମାନଙ୍କ ଅନ୍ତନିର୍ହିତ ଶକ୍ତିର ପରିପ୍ରକାଶ ଦିଗରେ ଏହି ଉତ୍ସବ ସହ ଯୋଗ କରିବା ସହିତ ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କିମିଟି ସମ୍ପାଦକ ଅଧ୍ୟାପକ ସତ୍ୟବ୍ରତ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିବା ସମୟରେ ବିଦ୍ୟାଳୟର ପରିଚାଳନା କିମିଟି ସଭାପତି ଶରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜ୍ୟୋତ୍ସାରାଣୀ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଟିତ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ରାଉତ, ଯିତେନ୍ଦ୍ର ସାହୁ, ସତ୍ୟବ୍ରତ ନାୟକ, ସୁଭଦ୍ର ଜେନା, କାବେରୀ ପରିଡ଼ା, ନବନିତା ବାରିକ, ନିହାରିକା ସ୍ୱାଇଁ, ସୁଧାସ୍ମିତା ରାଉତରାୟ ଓ ସହାୟିକା ସସ୍ମିତା ଚୌଧୁରୀ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

Comments
Post a Comment