କେନ୍ଦ୍ରାପଡା, ୧୫ ।୨: ଜମ୍ମୁକାଶ୍ମୀରରେ ଗତ ଗୁରୁବାର ଆତଙ୍କବାଦୀଙ୍କ ଆକ୍ରମଣରେ ୪୪ ଜଣ ସିଆରପିଏଫ୍ ଯବାନଙ୍କ ଶହୀଦ ହେବା ଘଟଣା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏନେଇ ଗତ ଶୁକ୍ରବାର ସନ୍ଧ୍ୟାରେ ବଜରଙ୍ଗ ଦଳ ପକ୍ଷରୁ ଶହୀଦ ଯବାନଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବଜରଙ୍ଗ ଦଳର କର୍ମୀମାନଙ୍କ ସହ ଅନ୍ୟମାନେ ମିଳିତ ହୋଇ ମହମବତୀ ପ୍ରଜ୍ୱଳନ ସହ ନୀରବ ପ୍ରାର୍ଥନା କରି ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବଜରଙ୍ଗ ଦଳ ପକ୍ଷରୁ ରାଜକିଶୋର ନାୟକ, ଅକ୍ଷୟ ସେନାପତି, ସଞ୍ଜୟ ମଥାନ୍, ଅଜିତ୍ ସିଂ, ରଣଜିତ ସିଂ, ସୌମ୍ୟରଞ୍ଜନ ଓ କାଳିପ୍ରସାଦ ମଣ୍ଡଳଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।

Comments
Post a Comment