ସଂଘ ସମତାଯୁକ୍ତ ଶୋଷଣ ମୁକ୍ତ ସମାଜ ଏବଂ ଅହଂକାର ମୁକ୍ତ ବ୍ୟବସ୍ଥା ନିର୍ମାଣର କାମରେ ଲାଗିଛି -ଡ. ମୋହନ ଭାଗବତ


ସଂଘ ସମତାଯୁକ୍ତ ଶୋଷଣ ମୁକ୍ତ ସମାଜ ଏବଂ ଅହଂକାର ମୁକ୍ତ ବ୍ୟବସ୍ଥା ନିର୍ମାଣର କାମରେ ଲାଗିଛି -ଡଃ ମୋହନ ଭାଗବତ   ଡେରାଡୁନ୍ (ଭି ଏସ୍ କେ): ସଂଘ ସଂସ୍ଥାପକ ଡଃ ହେଡଗେୱାର ଜନ୍ମଜାତ ଦେଶଭକ୍ତ ଥିଲେ । ସେ ଅନୁଭବ କଲେ ଯେ ଆମ ସମାଜର ପରିବର୍ତ୍ତର୍ନ ବା ସ୍ୱାଧୀନତା କେବଳ ସରକାର ବା ସ୍ଲୋଗାନକୁ ବଦଳାଇବାରେ  ହେବନାହିଁ । ଏହାଛଡା ସ୍ୱାଧୀନତାର ଲାଭ ଆମକୁ ସେତିକି ବେଳେ ମିଳିବ, ଯେବେ ଆମ ସମାଜ ଏକ ହେବ । ଏହି ଉଦ୍ଦେଶ୍ୟକୁ ନେଇ ସେ ୧୯୨୫ରେ ସଂଘର ସ୍ଥାପନ କଲେ ଏବଂ ଶାଖା ମାଧ୍ୟମରେ ବ୍ୟକ୍ତି ନିର୍ମାଣ ବା ସମାଜ ସେବାର କାର୍ଯ୍ୟ ପୁଣିଥରେ ସମାଜକୁ ଏକଜୁଟ କରିବା କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।  ସେବେଠାରୁ ଆଜି ପର୍ଯ୍ୟନ୍ତ ସଂଘର ସ୍ୱୟଂସେବକ ଡଃ ହେଡଗେୱାର ଦେଖାଇଥିବା ମାର୍ଗରେ ଗତିକରି ୧,୩୦,୦୦୦ରୁ ଉଦ୍ଧ୍ୱର୍ ସେବାକାର୍ଯ୍ୟ ସାରା ଭାରତବର୍ଷରେ ଚଳାଉଛନ୍ତି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ପ୍ରକାଶ କରିଛନ୍ତି ।
 ସରସଂଘଚାଳକ ଡ. ମୋହନ ଭାଗବତ ଉତ୍ତରାଖଣ୍ଡ ପ୍ରବାସ ଅବସରରେ ଡେରାଡୁନ୍ରେ ପ୍ରଦେଶ ଲୋକସଂସ୍କୃତି ଏବଂ ସାହିତ୍ୟ ସହିତ ଜଡିତ ପୁରୋଧାମାନଙ୍କ ସହ ବାର୍ତ୍ତାଳାପ ଅବସରରେ ଏହା ପ୍ରକାଶ କରି କହିଥିଲେ ଯେ,  ୪୦ଟି ଦେଶରେ ବିଭିନ୍ନ ସଂସ୍ଥାମାନଙ୍କ  ମାଧ୍ୟମରେ ଆମ ସ୍ୱୟଂସେବକମାନେ କାର୍ଯ୍ୟ କରୁଛନ୍ତି । ସାହିତ୍ୟ କ୍ଷେତ୍ରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି ଏବଂ ଏହା ଆବଶ୍ୟକ ମଧ୍ୟ ରହିଛି ।  କାହିଁକିନା ଉକୃଷ୍ଟ ସାହିତ୍ୟ ମଣିଷ ନିର୍ମାଣ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ।  ଯାହା ଅନନ୍ୟ ବୋଲି ସେ କହିଥିଲେ । ସାହିତ୍ୟ ମାଧ୍ୟମରେ ଦେଶକୁ ଆଗକୁ ବଢାଇବାର କାମ ହେବା ଦରକାର ।  ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ପରିବାର ଗୁଡିକରେ  ସଂସ୍କାର କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
  ଏ ବିଷୟକୁ ଉଲ୍ଲେଖ କରି ଶ୍ରୀ ଭାଗବତ୍ କହିଲେ ଯେ ସଂଘର ସ୍ୱୟଂସେବକ କୁଟୁମ୍ବ ପ୍ରବୋଧନ ମାଧ୍ୟମରେ ପରିବାର ମାନଙ୍କୁ ଏକାଠି କରି କରୁଛନ୍ତି । ଆଜି ଏକଥାର ଆବଶ୍ୟକତା ଅଛି ଯେ ଲୋକେ ମଧ୍ୟ ଯୋ÷ଥ ପରିବାର ବ୍ୟବସ୍ଥା ଦିଗରେ ଆଗକୁ ବଢିବାରେ ଲାଗିଛନ୍ତି । କାହିଁକି ନା ସବୁଠାରୁ ପ୍ରଭାବୀ ସଂସ୍କାରିତ ପରିବାରର ଜେଜ-ଜେଜମା ଅବା ଅଜା-ଆଇମାନେ ଆମକୁ ଦେଇପାରିବେ । ପ୍ରତ୍ୟେକ ପରିବାର, କୁଟୁମ୍ବ ସପ୍ତାହକୁ ଗୋଟିଏ ନିଜ ପୂର୍ବଜ ଅବା ରାଷ୍ଟ୍ରୀୟ ମହାପୁରୁଷର ଚର୍ଚ୍ଚା କରନ୍ତୁ ।  ଆମେ  ପ୍ରୟାସ କରିବା ନିଜ ନିଜ ଘରେ ମାତୃଭାଷାରେ କଥା ହେବା ।
 ଗ୍ରାମ୍ୟ ସଂସ୍କୃତିକୁ ମଜବୁତ୍ କରିବା ଦୃଷ୍ଟିରେ ସେ  ସମୃଦ୍ଧ ଗାଁର ଉଦାହରଣ ଦେଇ କହିଲେ ଯେ ଆମେ ନିଜେ ନିଜ ନିଜ ଗାଁରେ ସପ୍ତାହରେ ଥରେ ଏକତ୍ରୀତ ହୋଇ ଗାଁ ମଣ୍ଡପରେ ବସିବା । ସେଠାରେ ଆମେ ବିଚାର କରିବା ଯେ ଆମର ଗାଁର ଜଳ, ଜଙ୍ଗଲ, ଜମି ଯାହା ଆମର  ବାସ୍ତବିକ ସମ୍ପଦ (ଧନ) ଅଟେ ।  ଆମେ ଏହାକୁ ସମୃଦ୍ଧ କରି ଗଢିତୋଳିବା ପାଇଁ ଏବଂ ଏହାର ସୁରକ୍ଷା କରିବା ପାଇଁ ମିଳିମିଶି କାମ କରିବା ।  ଶ୍ରମଦାନ କରିବା, ନିଜ ଗାଁରେ ଜଳ ଲାଗି କୂପ, ଛୋଟ ଛୋଟ ବନ୍ଧବାଡ, ଯାହା ଆମ କରିପାରିବାରେ ସକ୍ଷମ ହୋଇ କରି ପାରିବା ତାକୁ କରିବା ।  ନିଜ କାମ ନିଜେ କରି ନିଜ ଗାଁକୁ ଶସ୍ୟଶ୍ୟାମଳା କରିବା । ଏମିତି କରି ଭାରତର ବହୁତ ଗାଁ ସମୃଦ୍ଧ ହୋଇପାରିଛନ୍ତି । ଗାଁ ସମୃଦ୍ଧ ହେଲେ ହିଁ ଭାରତ ଦେଶ ବାସ୍ତବରେ ସମୃଦ୍ଧ ହୋଇପାରିବ ।
 ସେ କହିଲେ ଯେ ଆମ ସମାଜ ରାଷ୍ଟ୍ରକୁ ସର୍ବୋପରି ସର୍ବୋଚ୍ଚ ମନେକରି ବ୍ୟକ୍ତିଗତ ଚରିତ୍ର ଏବଂ ବ୍ୟକ୍ତିଗତ ଆକାଂକ୍ଷାର ଉଦ୍ଧ୍ୱର୍କୁ ଉଠି ରାଷ୍ଟ୍ରର ଉତ୍ତଥାନ ଲାଗି ବ୍ୟକ୍ତିଗତ ଚରିତ୍ରକୁ ଗୁରୁତ୍ୱ ଦେଇ ସାମୁହିକ ରୂପେ ଆଗକୁ ବଢିବାକୁ ହେବ ।  ସରସଂଘଚାଳକ କହିଲେ ଯେ ସଂଘ ସମତା ଯୁକ୍ତ-ଶୋଷଣ ମୁକ୍ତ ହିନ୍ଦୁସମାଜ ତଥା ଅହଂକାର ଏବଂ ସ୍ୱାର୍ଥମୁକ୍ତ ବ୍ୟବସ୍ଥା ନିର୍ମାଣର କାର୍ଯ୍ୟରେ ଲାଗି ରହିଛି ।

Comments