ଧର୍ମ ସଂସଦ ପ୍ରସ୍ତାବ ୨:


ହିନ୍ଦୁ ସମାଜର ବିଘଟନ ପାଇଁ  ଷଡଯନ୍ତ୍ର -
ହିନ୍ଦୁ ସମାଜର ଏକତାକୁ ଭାଙ୍ଗ କରିବା ପାଇଁ ଇସ୍ଲାମିକ୍ , ଚର୍ଚ୍ଚ, ତଥା ସାମ୍ୟବାଦୀ ସଂଗଠନ ମାନେ ସର୍ବଦା ଚକ୍ରାନ୍ତ କରିଆସୁଛନ୍ତି । ବର୍ତ୍ତମାନ କିଛି ରାଜନୈତିକ ଦଳ ଏବଂ ଅନ୍ୟ ସଂଗଠନ ମଧ୍ୟ ନିଜର ନିହିତ ସ୍ୱାର୍ଥ କାରଣରୁ ଲୋକଙ୍କୁ ପ୍ରଲୋଭିତ ନାରା ଦେଇ ହିଂସାର ସମର୍ଥନରେ ଏଡି ଷଡଯନ୍ତ୍ର କାର୍ଯ୍ୟକୁ ଦ୍ରୃତ ଭାବେ ବୃଦ୍ଧି କରିବାରେ ଲାଗିପଡିଛନ୍ତି , ଏମାନଙ୍କ କାର୍ଯ୍ୟ ପଦ୍ଧତି ଦେଖି ଏପରି ମନେହେଉଛି କି ଏମାନେ ଦେଶରେ ଅଶାନ୍ତିକୁ  ବ୍ୟାପକଭାବେ  ପ୍ରସାରଣ କରିପାରନ୍ତି ।
ଭୀମା କୋରେଗାଁଓ ( ମହାରାଷ୍ଟ୍ର )ରେ ଦଳିତ-ମରାଠା ବିବାଦ ସୃଷ୍ଟି କରାଯାଉଛି ତେବେ ପଥ୍ୟଲଗଡି ( ଝାରଖଣ୍ଡ )ରେ ଚର୍ଚ୍ଚ ଏବଂ ମାଓବାଦୀ ସେଠାକାର ଜନଜାତି ସମାଜକୁ ଶେଷ ହିନ୍ଦୁ ସମାଜ ଏବଂ ଦେଶରୁ ଅଲଗା- କରିବାର ଷଡଯନ୍ତ୍ରର ରଚନା କରିବାରେ ଲଗିଛନ୍ତି । ଶହାରନପୁର ( ଉତ୍ତରପ୍ରଦେଶ)ରେ ବାବା ସାହେବ ଆମ୍ବେଦକରଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣକରି ଦଳିତ -ସବର୍ଣ୍ଣ ମଧ୍ୟରେ ବିବାଦ ସୃଷ୍ଟି କରାଗଲା । ଏପରି କି ଉନ୍ନା (ଗୁଜୁରାଟ)ରେ ପରମ୍ପରାଗତ ବ୍ୟବସାୟ କରୁଥିବା ଅନୁସୂଚୀତ ଜନଜାତିର ଯୁବକ ମାଡମାରି କରି ସାମାଜିକ ବିଦ୍ୱେଷ ସୃଷ୍ଟି କରିବାର କୁତ୍ସିତ ପ୍ରୟାସ କରିଗଲା । ଗତ କିଛି ଦିନ ହେବ ସହରୀ ନକ୍ସଲୀମାନଙ୍କ ରାଷ୍ଟ୍ର ବିରୋଧୀ ଷଡଯନ୍ତ୍ର ଦେଶର ସାମନାକୁ ଆସିଛି । ଏମାନଙ୍କ ଦ୍ୱାରା ହିନ୍ଦୁ ସମାଜକୁ ବଦନାମ୍ କରିବା, ଆତଙ୍କବାଦୀ ଏବଂ ରାଷ୍ଟ୍ର ବିରୋଧୀ ଲୋକଙ୍କୁ  ପ୍ରୋତ୍ସାହିତ କରିବା, ଭାରତର ଗୋ÷ରବଶାଳୀ ଇତିହାସକୁ ଧ୍ୱସ୍ତ କରି ଲୋକଙ୍କୁ ଭ୍ରମିତ କରିବା, ଜନଜାତି କ୍ଷେତ୍ରର ନକ୍ସଲୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା, ଏପରି କି ଦେଶର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଭଳି ଘଟଣାର ପର୍ଦ୍ଦାଫାସ ହୋଇଛି ।
ହିନ୍ଦୁ ସମାଜରେ ଉତ୍ପନ୍ନ ହେଉଥିବା ବିଭେଦରେ ପ୍ରତ୍ୟକ୍ଷ -ଅପ୍ରତ୍ୟକ୍ଷ ରୂପେ ଏପରି ହେଉଥିବା ସମୁହ ତଥା ସଂଗଠନ ଗୁଡିକର ହାତ ରହିଛି ଯାହା କି ଯାଂଚ ଏଜେନ୍ସୀଙ୍କ ଦ୍ୱାରା ପ୍ରମାଣିତ ମଧ୍ୟ ହୋଇଛି । କେରଳ ଏବଂ ପଶ୍ଚିମବଙ୍ଗ ଭଳି ସରକାର ମଧ୍ୟ ନିଜ ସାମ୍ବିଧାନିକ ମର୍ଯ୍ୟାଦାକୁ ଉଲ୍ଲଂଘନ କରି ବିଭିନ୍ନ କୁତ୍ରିମ ଆଧାରରେ ହିନ୍ଦୁ ସମାଜକୁ ବିଘଟନ ଏବଂ ବଦନାମ୍ କରିବାର ପ୍ରୟାସ କରୁଛନ୍ତି ।
ବିଗତ  କିଛି ବର୍ଷ ହେବ ଦଳିତ-ମୁସଲିମ୍ ବୁଝାମଣା କରିବାର  ପ୍ରୟାସ ମଧ୍ୟ ଅସଫଳ ହୋଇଛି । ଯେଉଁ ଜେହାଦୀମାନଙ୍କୁ ବାବା ସାହେବ ଆମ୍ବେଦକର ନିଜେ ବର୍ବର ତଥା ଅବିଶ୍ୱାସ୍ୟ ବୋଲି ଅଭିହିତ କରିଥିଲେ ଏବେ ତାଙ୍କ ନାଁରେ ଏହି ଷଡଯନ୍ତ୍ର କରାଯାଉଛି ଯାହାକୁ ଉଜାଗର କରିବାର ସମୟ ଆସିଛି ।
ଭାରତରେ ମହର୍ଷି ବାଲ୍ମିକୀ, ସନ୍ଥ ରବିଦାସ, ଗୁରୁ ନାନକ ଦେବ, ପୂଜ୍ୟ ରାମାନୁଜାଚାର୍ଯ୍ୟ, ପୂଜ୍ୟ  ନାରାୟଣ ଗୁରୁ, ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ଦୟାନନ୍ଦଙ୍କ ପରି ପୂଜ୍ୟ ସନ୍ଥ ତଥା ବୀର ସାବରକର, ମହାତ୍ମାଗାନ୍ଧୀ, ଡଃ ହେଡଗେୱାର ପରି ମହାପୁରୁଷଙ୍କ ଦ୍ୱାରା ସର୍ବଦା ହିନ୍ଦୁ ସମାଜର ଏକତା ପାଇଁ ପ୍ରୟାସ କରାଯାଇଛି । ଦେଶରେ ଆୟୋଜିତ ହେଉଥିବା  କୁମ୍ଭ ତଥା ଅନ୍ୟ ମହାପର୍ବରେ ମଧ୍ୟ ସଂପୂର୍ଣ୍ଣ ହିନ୍ଦୁ ସମାଜରେ ଥିବା ଉଚ୍ଚନୀଚ, ଜାତି-ଅଜାତି, ସ୍ପ୍ରୃଶ୍ୟ- ଅସ୍ପ୍ରୃଶ୍ୟ, ମତ-ପଂଥ ସାମ୍ପ୍ରଦାୟିକତାରୁ ଉଦ୍ଧ୍ୱର୍ ଯାଇ ଅଂଶ ଗ୍ରହଣ କରିଛନ୍ତି । ଏଥି ସହିତ ସମୟ-ସମୟେ ଏପରି କୁଚକ୍ରୀମାନଙ୍କୁ ମୁହଁତୋଡ ଜାବାବ୍ ମଧ୍ୟ ଦିଆଯାଇଛି । ଧର୍ମ ସଂସଦ ହିନ୍ଦୁ ସମାଜକୁ ଆହ୍ୱାନ କରେ କି ଆଂଚଳିକବାଦ,ଭାଷାବାଦ, ପ୍ରାନ୍ତବାଦ, ଜାତିବାଦ, ଏବଂ ଛଦ୍ମଧର୍ମ ନିରପେକ୍ଷ ନାଁରେ ଦେଶକୁ ଭାଙ୍ଗିବାର ପ୍ରୟାସ କରାଯାଉଛି ,ସେଥିରୁ ଦିଗଭ୍ରଷ୍ଟ ନହୋଇ ଏପରି କୁତ୍ସିତ ପ୍ରୟାସକୁ ସଂଗଠିତ ହୋଇ ପ୍ରତିକାର କରିବା, ଯେଉଁ ରାଜନୈତିକ ଦଳଙ୍କ ଦ୍ୱାରା ଏପରି ପ୍ରୟାସ କରାଯାଉଛି ତାଙ୍କ ପ୍ରତି ମଧ୍ୟ ସାବଧାନ ରହନ୍ତୁ, ତଥା ଉଚିତ୍ ଜବାବ ଦିଅନ୍ତୁ ।
ପ୍ରସ୍ତାବକ ସ୍ୱାମୀ ଗୋବିନ୍ଦଦେବ ଗୀରିଜୀ
ଅନୁମୋଦକ ସ୍ୱାମୀ ଜିତେନ୍ଦ୍ରାନନ୍ଦ ଜୀ
୩୧ ଜାନୁଆରୀ ୨୦୧୯, ପ୍ରୟାଗରାଜ

Comments