ରାଉରକେଲା, ୯ ।୨ : ବିଶ୍ୱରେ ପାଖପାଖି ୧୦୦କୋଟି ଲୋଗ ଉଚ୍ଚ ରକ୍ତଚାପ ଓ କୋଲଷ୍ଟ୍ରେଲର ଜନିତ ସମସ୍ୟାର ସାମନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୂଏଚ୍ଓର) ଗୋଟିଏ ରିପୋର୍ଟ ଅନୁଯାୟୀ ପାଖାପାଖି ୭୦ଲକ୍ଷ ଲୋଗ ଏହି ରୋଗରେ ପୀଡିତ ହୋଇ ଜୀବନ ହରାଇଛନ୍ତି । କିନ୍ତୁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି), ରାଉରକେଲାର ବୈଜ୍ଞାନିକ ଏବେ ରୋଗର ଚିକିତ୍ସା ସମ୍ଭବ କରି ପାରିଛନ୍ତି ।ଏହି ଅନୁସନ୍ଧାନ ଅନୁସାରେ ଗ୍ରୀନ ଟି, ସୋୟା ପ୍ରୋଟିନ ଓ ଦହିରେ ଥିବା ବ୍ୟାକ୍ଟେରିଆ କଲେଷ୍ଟ୍ରଲ ଓ ରକ୍ତଚାପକୁ କମାଇବାରେ ସହାୟକ ହେବ । ଏନ୍ଆଇଟି ରାଉରକେଲା ଜୀବ ବିଜ୍ଞାନ ବିଭାଗର ପ୍ରୋଫେସର ରସୁ ଜୟାବାଲନଏହି ଅନୁସନ୍ଧାନ କରଛନ୍ତି ।ଏ ବିଷୟରେ ଅନୁସନ୍ଧାନକାରୀ କହନ୍ତି, ଆମେ ଲଗାତାର ଏହି ପ୍ରଚେଷ୍ଟା କରୁଛୁ ଯେ,ଉତ୍ତମ ପ୍ରୋବାୟୋଟିକ୍ସ ଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବ୍ୟାକ୍ଟେରିଆକୁ ଚିହ୍ନା ଯାଇ ପାରୁ । ଆମ୍ଭର ଦୀର୍ଘକାଳୀନ ପ୍ରୟାସ ଏଇୟା ଯେ, ଏମିତି ପ୍ରୋବାୟୋଟିକ୍ସ ସୃଷ୍ଟି ହେଉ ଯାହା ରକ୍ତଚାପ କମ୍ କରିବାରେ ସାହାଯ୍ୟ କରିବ । ପ୍ରୋବାୟୋଟିକ୍ସ ସୁକ୍ଷ୍ମଜୀବୀ ଅଟନ୍ତି । ଏଥିରେ ଲେକ୍ଟୋବେସିଲ୍ସ ଭଳି ଏସିଡୋଫିଲ୍ସ ବ୍ୟାକ୍ଟେରିଆ ରହିଛନ୍ତି । ଏମାନେ ପାଚନତନ୍ତ୍ର ପାଇଁ ଖୁବ ଲାଭଦାୟକ । ପ୍ରୋଫେସର ଜୟାବାଲନଙ୍କ ସହ ଏହି ଅନୁସନ୍ଧାନରେ ସାହୁ ମୌମିତା, ଭାସ୍କର ଦାସ, ଅର୍ଚନା ସୌନ୍ଦଯ୍ୟ, ସଂଘମିତ୍ରା ସେନାପତି ସାମିଲ ଅଛନ୍ତି । କାନାଡାର ମ୍ୟାକଗିଲ ବିଶ୍ୱବିଦ୍ୟାଳୟର ଜଣେ ଅନୁସନ୍ଧାନକାରୀ ୧୨ବର୍ଷର ଅନୁସନ୍ଧାନ ପରେ ଏହା ପ୍ରମାଣିତ କରିଥିଲେ ଯେ, ଦହିରେ ଥିବା ବ୍ୟାକ୍ଟେରିଆ କଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୁଏ । ହେଲେ ଜୟାବାଲନ ଏବଂ ତାଙ୍କ ଟିମ୍ ଏହି ଅନୁସନ୍ଧାନଠୁ କିଛି ପାଦ ଆଗକୁ ଯାଇ ଏମିତି ପଦାର୍ଥ ତିଆରି କରିଛନ୍ତି ଯାହା ଦହିରୁ ବାହାର କରାଯାଇଥିବା ବ୍ୟାକ୍ଟେରିଆ, ଗ୍ରୀନ ଟି ଓ ସୋୟା ପ୍ରୋଟିନର ମିଶ୍ରଣ ।ତାଙ୍କର ଏହି ଅନୁସନ୍ଧାନ ଫୁଡ୍ କେମେଷ୍ଟ୍ରି ପତ୍ରିକାରେ ପ୍ରକାଶିତ ହୋଇଛି । ଅନୁସନ୍ଧାନକାରୀମାନେ ଏହି ମିଶ୍ରଣକୁ ତିଆରି କରିବା ପାଇଁ ଦହିର ବ୍ୟାକ୍ଟେରିଆକୁ କ୍ଷୀରରେ ମିଶାଇ ସେଥିରେ ସୋୟା ମିଶାଇଲେ । ଏହାପରେ ଏହି ମିଶ୍ରଣରେ ପ୍ରୟୋଗ କରାଗଲା । ଅନୁସନ୍ଧାନରୁ ପ୍ରକାଶ ପାଇଲା ଯେ, ଦହିରେ ରହିଥିବା ଲେକ୍ଟୋବେସିଲ୍ସ ହଲେଓଟାଇକ୍ସ କଲେଷ୍ଟ୍ରଲକୁ କମ କରିବାର କ୍ଷମତା ରଖିଥାଏ । ଯଦି ଏହି ମିଶ୍ରଣକୁ ଚାରି ଡିଗ୍ରୀ ସେଲ୍ସିୟସରେ ରଖି ୧୫ଦିନ ଭିତରେ ସେବନ କରାଯାଏ ତେବେ ଏହା ଲାଭକାରୀ ହୋଇଥାଏ । ଏହି ବିଷୟରେ ଜୟାବାଲନ କୁହନ୍ତି, ଆମେ ଏକ ସ୍ୱସ୍ଥ ତଥା ପ୍ରାକୃତିକ ଆହାର ତିଆରି କରିବାକୁ ଚେଷ୍ଟା କରୁଛି ଯାହା ଚିକିତ୍ସାର ଆବଶ୍ୟକତାକୁ କମ୍ କରି ଦେଇ ପାରିବ

Comments
Post a Comment