ଇସଲାମାବାଦ , ୨୮/୨: ଏକ ଯୋଜନାବଦ୍ଧ ଉପାୟରେ ପାକିସ୍ତାନ ସେନାକୁ ଚକମା ଦେଇ ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲା । ‘ଜୈସ-ଇ-ମହମ୍ମଦ’ର ଖାଇବର- ପଖତନ-ଖ୍ୱା ପ୍ରଦେଶର ମନସେରା ଜିଲ୍ଲାର ବାଲାକୋଟରେ ଥିବା ମୁଖ୍ୟ କ୍ୟାମ୍ପ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏଥିରେ ୩୫୦ରୁ ଅଧିକ ଜୈଶ କମାଣ୍ଡର ଓ ଆତଙ୍କୀ ନିହତ ହୋଇଥିଲେ । ହେଲେ ଏହାକୁ ପାକିସ୍ତାନ ସ୍ୱୀକାର କରୁନଥିଲା । ତେବେ ଏତେ ଲୋକଙ୍କ ମୃତ୍ୟୁ ପରେ ବି ପାକିସ୍ତାନ ସରକାର ଏହାକୁ ମାନୁନଥିବାରୁ ସେଠାରେ ଇମ୍ରାନ ସରକାରଙ୍କ ଉପରେ ଭୀଷଣ ଚାପ ସୃଷ୍ଟି ହୋଇଥିଲା । ଶେଷରେ ୩ ଦିନ ପରେ ପାକିସ୍ତାନ ଏହି ଘଟଣାକୁ ସ୍ୱୀକାର କରିଛି । ଭାରତୀୟ ବାୟୁସେନାର ରାତି ଅଧିଆ ଆକ୍ରମଣକୁ ପାକିସ୍ତାନ ମାନିଯିବା ସହ ସେଠାରେ ଆତଙ୍କୀ କ୍ୟାମ୍ପ ଚାଲୁଥିବା ପରୋକ୍ଷରେ ସ୍ୱୀକାର କରିଛି ।

Comments
Post a Comment