ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳିତ


ଚମ୍ପୁଆ,୨୭ା୨  : ପୁଲୱାମାଠାରେ ଶହୀଦ ହୋଇଥିବା ଭାରତୀୟ ଜବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହିତ ସର୍ଜିକାଲ ଷ୍ଟ୍ରାଇକ୍ -୨ ର ସଫଳତାକୁ ନେଇ ଚମ୍ପୁଆ ଏ.ବି.ଭି.ପି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ତ କୁମାର ତ୍ରିପାଠୀ, କାଙ୍ଗାଳି ମହାରଣା, ସୁରେନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ନନ୍ଦ, ବ୍ଲକ ସଂଯୋଜକ ଅବିନାଶ ସେଠୀ, ରଶ୍ମୀରଞ୍ଜନ ପାଢୀ, କାଶ୍ୟପ ଦେହୁରୀ, ଗୀତାଞ୍ଜଳି ମହାକୁଡ, ଦୀପାଳି ନାଏକ, କୌଶଲ୍ୟା ନାଏକ, ଇତିଶ୍ରୀ ମହାକୁଡଙ୍କ ନେତୃତ୍ୱରେ ଏହି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏକ ଜାତୀୟ ପତାକାକୁ ଧରି ଭାରତୀୟ ସେନାର ଦୁଃସାହସିକ ପଦକ୍ଷେପକୁ ସ୍ଲୋଗାନ ମାଧ୍ୟମରେ ସମ୍ମାନ ଜଣାଇବା ସହିତ ଚମ୍ପୁଆ ସହର ପରିକ୍ରମା କରିଥିଲେ । ୩୦ ମିଟର ଜାତୀୟ ପତାକାକୁ ଧରି ଏହି ପରିକ୍ରମା କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଭଳି ପରିସ୍ଥିତିରେ ଭାରତୀୟ ଜବାନଙ୍କ ମନୋବଳ ବଢାଇବାକୁ ଏଭଳି ପ୍ରୟାସ କରିଥିବା ଜଣାଯାଇଛି । ଏଥିରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଓ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏ ଶୋଭାଯାତ୍ରା ମହିଳା ମହାବିଦ୍ୟାଳୟରୁ ବାହାରି ଚମ୍ପୁଆ ସହର ପରିକ୍ରମା କରିଥିଲେ ।

Comments