ନୂଆଦିଲ୍ଲୀ, ୨୮/୨ : ୨୦୧୬ରେ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଏହାର ଛାତ୍ର ସଂସଦର ଅଧ୍ୟକ୍ଷ କହ୍ନେୟା କୁମାର ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଦେଶ ବିରୋଧୀ ନାରାବାଜି କରାଯାଇଥିଲା । ଏହି ଘଟଣାରେ ଦିଲ୍ଲୀ ପୁଲିସ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ୧୨ଶହ ପୃଷ୍ଠା ସମ୍ବଳିତ ଅଭିଯୋଗପତ୍ର ପ୍ରସ୍ତୁତ କରାଯାଇ ଏଥିରେ କହ୍ନେୟା କୁମାରଙ୍କ ସମେତ ଜେଏନ୍ୟୁର ୨ ପୂର୍ବ ଛାତ୍ର ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । କିନ୍ତୁ ଏଯାବତ କହ୍ନେୟାଙ୍କୁ ଜେରା ପାଇଁ ଦିଲ୍ଲୀ ପୁଲିସକୁ କେଜ୍ରିୱାଲ ସରକାର ଅନୁମତି ଦେଉନାହାନ୍ତି । ତେଣୁ ଦିଲ୍ଲୀ ସରକାରଙ୍କ ଏଭଳି କାର୍ଯ୍ୟକୁ ହାଇକୋର୍ଟ କଟୂ ଭାଷାରେ ଭର୍ତ୍ସନା ଦେବା ସହ ଆସନ୍ତା ୧୧ ତାରିଖ ସୁଦ୍ଧା ଯଦି ଏଥିପାଇଁ ପୁଲିସକୁ ଅନୁମତି ନ ମିଳେ ତା’ହେଲେ ବିନା ଅନୁମତିରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରକାଶ୍ୟ ଯେ, ସଂସଦ ଉପରେ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଫଜାଲ ଗୁରୁକୁ ଫାଶୀ ଦିଆଯିବାକୁ ବିରୋଧ କରି ୨୦୧୬ ଫେବୃୟାରୀ ୯ ତାରିଖରେ ଜେଏନ୍ୟୁ ଛାତ୍ରସଂସଦର ଅଧ୍ୟକ୍ଷ କହ୍ନେୟା କୁମାର ଓ ତାଙ୍କ ୨ ସହଯୋଗୀ ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଦେଶ ବିରୋଧୀ ନାରାବାଜୀ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦେଶ ବିରୁଦ୍ଧରେ ଉସ୍କାଇ ଥିଲେ । ଏହାକୁ ଅନ୍ୟତମ ଛାତ୍ର ସଂଗଠନ ଏବିଭିପି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏବିଭିପିର ଅଭିଯୋଗ କ୍ରମେ କହ୍ନେୟା କୁମାର ଓ ତାଙ୍କ ୨ ସହଯୋଗୀ ଉମର ଖାଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ବିରୁଦ୍ଧରେ ଦିଲ୍ଲୀ ପୁଲିସ ଅପରାଧିକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଥିଲା । ଏହାକୁ ନେଇ ପରେ ଜେଏନ୍ୟୁରେ କହ୍ନେୟା କୁମାରଙ୍କ ସମର୍ଥକ ଓ ଏବିଭିପି ସଦସ୍ୟଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହୋଇଥିଲା ।

Comments
Post a Comment