ବିଡ଼ି ମଜଦୁର ମହାସଂଘର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ ଉଦ୍ ଘାଟିତ


ଅନୁଗୋଳ, (ଭି ଏସ୍ କେ)୩/୨: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ବିଡ଼ି ମଜଦୂର ମହାସଂଘର ୧୩ତମ ତ୍ରୟୋବାର୍ଷିକ ରାଷ୍ଟ୍ରୀୟ ସମ୍ମୀଳନୀ ଅନୁଗୋଳ ସରସ୍ୱତୀ ବିଦ୍ୟାମନ୍ଦିରଠାରେ ଉଦଘାଟିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମୀଳନୀକୁ କେନ୍ଦ୍ର ସରକାରଙ୍କ ନୂଆଦିଲ୍ଲୀସି୍ଥତ ଜାତୀୟ ଶ୍ରମ ସଂସ୍ଥାନର ନିର୍ଦ୍ଦେଶକ ଏମ ଏମ ରେହେମାନ ଦ୍ୱୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ବି.ଏମ.ଏସ. ରାଷ୍ଟ୍ରିୟ ଉପସଭାପତି ଶ୍ରୀ ଜୟନ୍ତୀ ଲାଲ ମୁଖ୍ୟବକ୍ତା ଓ ରାଜ୍ୟ ସାଧାରଣ ସଂପାଦକ ବିନୟ କୁମାର ତ୍ରୀପାଠୀ ସମସ୍ତ ଡ଼େଲିଗେଟଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମୀଳନୀରେ ସମଗ୍ର ଭାରତବର୍ଷର ବିଡ଼ି ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଯଥା ବିଦେଶୀ ସିଗାରେଟ କମ୍ପାନୀ ଓ ଅନ୍ୟାନ୍ୟ ଗୁଟୁଖା କମ୍ପାନୀ ଓ ସରକାରଙ୍କ ମିଳିତ ଚକ୍ରାନ୍ତ ଭାବେ ବିଡ଼ି ଉତ୍ପାଦନକୁ ବିଷେଧ କରି କେବଳ ସିଗାରେଟ ବେପାର କରିବା ପାଇଁ ଯୋଜନା କରୁଛନ୍ତି ।

Comments