ପ.ବଙ୍ଗ ପୁଲିସ ଦ୍ୱାରା ୨ ଜେବିଏମ୍ ସଦସ୍ୟ ଗିରଫ


କୋଲକତା, ୨୭/୨  : ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ବାଂଲାଦେଶର ଆତଙ୍କୀ ସଂଗଠନ ଜମାତଉଲ-ମୁଜାହିଦ୍ଦିନ (ଜେବିଏମ୍)ର ୨ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି  । ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି  । ଗିରଫ ଅଭିଯୁକ୍ତଦ୍ୱୟ କୌସର ଓ ସଜ୍ଜାଦଙ୍କ ସହଯୋଗୀ ଅଟନ୍ତି ଯେଉଁମାନଙ୍କୁ ୨୦୧୪ ବର୍ଦ୍ଧମାନ ବିସ୍ଫୋରଣ ମାମଲାରେ ଗିରଫ କରାଯାଇଛି  । ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଗିରଫ ଦୁଇ ଜେବିଏମ୍ ସଦସ୍ୟ ମୋଶିବୁର ଓ ରହୁଲ ଏସିଡ ବୋମା ତିଆରି କରିବାରେ ସିଦ୍ଧହସ୍ତ  । ସେମାନେ ପୁଲିସ ଉପରେ ଆକ୍ରମଣ କରି ବର୍ଦ୍ଧମାନ ବିସ୍ଫୋରଣର ମୁଖ୍ୟ ଆସାମୀ କୌସରକୁ ଛଡ଼ାଇ ନେବାକୁ ଯୋଜନା କରିଥିଲେ  ।

Comments