ଆରଏସ୍ଏସ୍ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଓ ଦୀପଦାନ


ଭୁବନେଶ୍ୱର,୧୫/୨: କାଶ୍ମୀରର ପୁଲୱାମାରେ ଶହୀଦ ସିଆରପିଏଫ୍ ଜବାନଙ୍କ ସ୍ମୃତିରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଭୀର ମର୍ମାହତ । ଏଥିଲାଗି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭୁବନେଶ୍ୱର ମହାନଗର ତରଫରୁ ଶହୀଦ୍ ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି  ସଭା ଅନୁଷ୍ଠିତ ହୋଇଯାଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଦୀପ ଦାନ ସହ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଆରଏସ୍ଏସ୍  ତରଫରୁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବକ୍ତାମାନେ ପ୍ରକାଶ କରିଥିଲେ ଯେ, ସଂଘ ଏହା ବିଚାର କରୁଛି ଯେ,ଏହା ଆତଙ୍କବାଦୀମାନଙ୍କର ହତାଶା ଓ ବିଚଳିତ ମନୋଭାବର ପରିଚୟ । ବିଗତ ଦିନମାନଙ୍କରେ ଆତଙ୍କବାଦୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେମାନେ ଏପରି  ହୀନ କାର୍ଯ୍ୟ କରି ନିଜର ଅସ୍ତିତ୍ୱ ଜାହିର ଲାଗି ସାନି ଉଦ୍ୟମ  କରୁଛନ୍ତି । ଏଭଳି କୁକୃତ୍ୟର ଜବାବ ତାଙ୍କରି ଭାଷାରେ ଦିଆଯିବା ଦରକାର । ଏ ସଂପର୍କରେ ତୁରନ୍ତ ଓ କଠୋର ରୁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।  ଦେଶର ଏହି କଠିନ ସମୟରେ ଶହୀଦ ପରିବାର ଆମ ସୁରକ୍ଷା ବାହିନୀ ସରକାରଙ୍କ ସହ କାନ୍ଧରୁ କାନ୍ଧ ମିଳାଇ ମୁକାବିଲା କରିବା ଲାଗି ସଂଘ ସାଧାରଣ ସମାଜକୁ ଆହ୍ୱାନ କରୁଛି ।
ଏହି କାର୍ଯ୍ୟକ୍ରମରେ ସଂଘର ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ତନ୍ମୟ  ମହାପାତ୍ର, ମହାନଗର ସଂଘଚାଳକ ଡ. ବସନ୍ତ ପତି, ସହକାର୍ଯ୍ୟବାହ ସୁବ୍ରତ କୁମାର ତ୍ରିପାଠୀ, ସଂପର୍କ ପ୍ରମୁଖ ଜୟକୃଷ୍ଣ ପୃଷ୍ଠି, ସେବାପ୍ରମୁଖ ପ୍ରତାପ ଦ୍ୱିବେଦୀ, କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ଦାଶ ପ୍ରମୁଖ ଶହଶହ ଦେଶଭକ୍ତ ନାଗରୀକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

Comments