ନୂଆଦିଲ୍ଲୀ, (ଭି ଏସ୍ କେ),୪/୨: ୧୯୯୩ରେ ତକ୍ରାଳୀନ ପି.ଭି.ନରସିଂହା ରାଓ ସରକାର ଅଯୋଧ୍ୟାର ବିବାଦୀୟ ଅଞ୍ଚଳ ଚତୁଃପାଶ୍ୱର୍ରେ ୬୭.୭୧ ଏକର ଜମି ଅଧିଗ୍ରହଣ କରିଥିଲେ । ଏଥିପାଇଁ ସଂସଦରେ ଅଯୋଧ୍ୟା ଭୂ- ଅଧିଗ୍ରହଣ ଆଇନ୍ ୧୯୯୩ ପାରିତ ହୋଇଥିଲା । ଏହି ଆଇନ୍କୁ ଏବେ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ନିକଟରେ କେନ୍ଦ୍ର ସରକାର ଅଧିଗୃହୀତ ହୋଇଥିବା ଉକ୍ତ ଜମି ନିର୍ବିବିବାଦୀୟ ହୋଇଥିବାରୁ ତାହା ଉପରକୁ ରହିତାଦେଶ ହଟଇ ଦେବା ପାଇଁ ଅଦାଲତଙ୍କୁ ନିବେଦନ କରିବା ସହ ଉକ୍ତ ଜମି ମୂଳ ମାଲିକଙ୍କୁ ଫେରାଇ ଦେବା ପାଇଁ ଆବଦେନ କରିଥିଲେ । ତେବେ ହିନ୍ଦୁ ମହାସଭାର ୭ ଜଣ ସଦସ୍ୟ ଉକ୍ତ ଆଇନ୍ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି ଯେ, ସମ୍ବିଧାନର ଧାରରା ୨୯୪ ଅନ୍ତର୍ଗତ ଜମି ଅଧିଗ୍ରହଣ ରାଜ୍ୟ ବ୍ୟାପାର । ଏନେଇ କେନ୍ଦ୍ର ସରକାର ଆଇନ୍ ତିଆରି କରିବା ଅଣସାମ୍ବିଧାନିକ ।

Comments
Post a Comment