ଆତ୍ମରକ୍ଷା ପାଇଁ ଭାରତର କାର୍ଯ୍ୟାନୁଷ୍ଠାନକୁ ଆମେ ସମର୍ଥନ କରିବୁ: ଆମେରିକା


ୱାଶିଂଟନ ,୧୬/୨ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଜନ୍ ବୋଲଟନ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ସେ ଆତ୍ମ ରକ୍ଷା ପାଇଁ ଭାରତର ପ୍ରସ୍ତାବିତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସମର୍ଥନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନା ସମୟରେ ଜୈସ୍-ଇମହମ୍ମଦର ମୁଖ୍ୟ ମାସୁଦ୍ ଅଜହରକୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା । ଏହି ପ୍ରସ୍ତାବକୁ ଚୀନ୍ ଅଟକାଉଥିବାରୁ ଉଭୟ ଡୋଭାଲ ଓ ବୋଲଟନ ଚିନ୍ତା ବ୍ୟକ୍ତ କରିଥିଲେ । ଉରୀ ଆକ୍ରମଣ ପରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ସେଥର ମାତ୍ର ୧୯ ଜଣ ଯବାନ ନିହତ ହୋଇଥିଲେ । ଏଥର ୪୦ ଜଣ ଯବାନ ଶହୀଦ ହୋଇଥିବାରୁ ଭାରତ ଆହୁରି କଡ଼ା ଆଭିମୁଖ୍ୟ ଆପଣାଇବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଆମେରିକା ତାର ସମର୍ଥନ ବ୍ୟକ୍ତ କରିଛି ।

Comments