ଭାରତକୁ ଆମେରିକାର ସମର୍ଥନ


ନୂଆଦିଲ୍ଲୀ ,୨୮/୨ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଭିତରେ ପଶି ଯେଭଳି ରାତିଅଧିଆ ଆକ୍ରମଣ କରି ୩୫୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଦେଇଥିଲା ତାହାକୁ ଆମେରିକା ସମର୍ଥନକରିଛି । ଏହା ଭାରତ ପାଇଁ ଏକ ବଡ଼ କୂଟନୈତିକ ଓ ରଣନୀତିକ ସଫଳତା । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କ ସହ ଟେଲିଫୋ୍ନ ଯୋଗେ ଆଲୋଚନା କରିଛନ୍ତି । ଏହାପରେ ଗୁରୁବାର ଭାରତ ବାଲାକୋଟରେ ଯେଉଁ ଆକ୍ରମଣ କରିଥିଲା ତାହାକୁ ପମ୍ପିଓ ସମର୍ଥନ କରିଛନ୍ତି ଓ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହାସ ପାଇଁ ଆଲୋଚନା କରାଯାଉ ବୋଲି ଆମେରିକାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ, ଭାରତ ଏଣିକି କୌଣସି ଆତଙ୍କବାଦୀ କାର୍ଯ୍ୟକୁ ଚୁପ୍ଚାପ୍ ବରଦାସ୍ତ କରିବ ନାହିଁ ବୋଲି ବିଶ୍ୱକୁ ସ୍ପଷ୍ଟ ସଂକେତ ଦେଇଦେଇଛି । ଭାରତର ଶକ୍ତି, ସାମର୍ଥ୍ୟ ଓ ଆଭିମୁଖ୍ୟ ବିଶ୍ୱବାସୀ ହୃଦୟଙ୍ଗମ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି । ଆମେରିକାର ପ୍ରତିରକ୍ଷା ଉପସଚିବ ପାର୍ଟିକ ସାନାହାନ୍, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ୍, ଷ୍ଟାଫ୍ ଯୁଗ୍ମମୁଖ୍ୟ ଜୋସେଫ୍ ଡନଫୋର୍ଡ୍, ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଜେନେରାଲ ଜୋସେଫ୍ ବୋଟେଲ ଭାରତ ଓ ପାକିସ୍ତାନ ମଧରେ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କ ସହ ଆଲୋଚନା କରିଛନ୍ତି ।

Comments