ନୂଆଦିଲ୍ଲୀ ,୨୭/୨ : ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କାଶ୍ମୀରିରେ ଥିବା ବିଚ୍ଛିନ୍ନତାବାଦୀ ମାନେ ନିଜ ଘରେ ହଟଲାଇନ ପ୍ରତିଷ୍ଠା କରିଛନ୍ତି । ତେଣୁ ଆଜି ଏନ୍ଆଇଏର ଗୋଟିଏ ସ୍ୱତନ୍ତ୍ର ଟିମ ବିଚ୍ଛିନ୍ନତାବାଦୀ ନେତା ଉମର ଫାରିକ, ଜେକେଏଲଏଫ୍ ନେତା ୟାସିନ ମଲ୍ଳିକ, ନସିମ ଗିଲାନୀ, ହୁରିୟତ ଅଧ୍ୟକ୍ଷ ସୟଦ ଅଲ୍ଳୀ ଶାହା ଗିଲାନୀ, ଗିଲାନୀଙ୍କ ସହଯୋଗୀ ମହମ୍ମଦ ଅସରଫ ସେହେରାଇ, ସବିର ଅମ୍ମମଦ ଶାହା ଓ ଜଫର ଆକବର ଭଟ୍ଟଙ୍କ ଘର ଉପରେଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଏନ୍ଆଇଏ ଟିମକୁ ସହଯୋଗ କରିଥିଲେ ଜମ୍ମୁକାଶ୍ମୀର ପୋଲିସ ଓ
ଅର୍ଦ୍ଧସାମରିକ ବାହିନୀର ଜବାନମାନେ । ସେମାନେ ଏହି ବିଚ୍ଛନ୍ନତାବାଦୀଙ୍କ ଘର କର୍ଡନ କରିଥିଲେ । ପ୍ରାୟ ୫ ଘଣ୍ଟାର
ଚଢ଼ାଉ ସମୟରେ ହାଇଟେକ ଇଣ୍ଟରନେଟ, କମ୍ୟୁନିକେସନ ସେଟଅଫ୍, ଲ୍ୟାପଟପ, ଇଟ୍ୟାବଲେଟ, ପେନ୍ଡ୍ରାଇଭ,
ଡିଭିଆର ଏବଂ ହଟଲାଇନ ପ୍ରତିଷ୍ଠା ପାଇଁ ଅତ୍ୟାଧୁନିକସଞ୍ଚାର ଉପକରଣ ଜବତ କରାଯାଇଛି ।
Comments
Post a Comment