ସହିଦଙ୍କ ପାର୍ଥିବ ଶରୀର କାନେ୍ଧଇଲେ ରାଜନାଥ


ଶ୍ରୀନଗର, ୧୫ା୨: ଶୁକ୍ରବାର ସକାଳେ ଶ୍ରୀନଗରରେ ପହଞ୍ôଚଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ । ଆତଙ୍କବାଦୀ ଆକ୍ରମଣରେ ନିହତ ୪୪ ଜଣ ସିଆରପିଏଫ୍ଙ୍କ ଯବାନ ସହିଦ ହେବା ଘଟଣା ଦେଶବ୍ୟାପୀ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ଜାମ୍ମୁ କାଶ୍ମୀର ଡିଜିପି ଓ ସିଆରପିଏଫ୍ ଯବାନ ନିହତ ସହିଦମାନଙ୍କ ମୃତଦେହ କାନେ୍ଧଇଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ସହ ଅ।।ଲୋଚନା କରିବା ସହିତ ପରିସ୍ଥିତିର ଟିକିନିଖି ଅନୁଧ୍ୟାନ କରିଛନ୍ତି । ପ୍ରକାଶଯୋଗ୍ୟ ୭୮ଟି ବସ୍ କନ୍ଭୟରେ ୨,୫୪୭ ଯବାନ ଶ୍ରୀନଗର ଫେରୁଥିବା ବେଳେ ଏକ ଆତ୍ମଘାତୀ କାର୍ ବିସ୍ଫୋରଣ ଘଟଣାରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି । ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀର ନାମ ଆଦିଲ୍ ଅହମ୍ମଦ ଦର ଓ ତା’ର ବୟସ ୨୨ ବର୍ଷ ବୋଲି ଜଣାପଡିଛି ।

Comments