ପ୍ରେମୀଯୁଗଳମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଜି ପାଳନ ହେଉଥିବା ଭାଲେଣ୍ଟାଇନ ଡେ’କୁ ବଜରଙ୍ଗ ଦଳ ରାଉରକେଲା ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଆଜି ସକାଳେ ବଜରଙ୍ଗ ଦଳର ସଂଯୋଜକ ରାଜୁ ସିଂ ଏବଂ ବିକାଶ ବଛୁଆ, ଶଙ୍କର ବର୍ମାଙ୍କ ସମେତ ଶତାଧିକ ବଜରଙ୍ଗ ଦଳର କର୍ମୀମାନେ ସେକ୍ଟର ୩ ସୀତାରାମ ମନ୍ଦିରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଇନ୍ଦିରା ଗାନ୍ଧୀ ପାର୍କ, ସେକ୍ଟର ୪ରେ ଥିବା ମଧୁବନ, ଷ୍ଟାଣ୍ଡାର୍ଡ ଏବଂ ସାଇ ରେଷ୍ଟୁରାଣ୍ଟ, ସେକ୍ଟର -୧୯ରେ ଥିବା ନେହେରୁ ପାର୍କ, ସେକ୍ଟର -୮ର ଜୁବୁଲି ପାର୍କ, ହନୁମାନବାଟିକା ସମେତ ଛେଣ୍ଡ ଆଦି ଅଞ୍ଚଳକୁ ମୋଟର ସାଇକେଲରେ ପରିକ୍ରମା କରି ଭାଲେଣ୍ଟାଇଟ ଡେ’କୁ ବିରୋଧ କରିଥିଲେ । ଗତକାଲି ସଂଗଠନ ପକ୍ଷରୁ ବିଶ୍ରା ଛକଠାରେ ଭାଲେଣ୍ଟାଇନ ଡେ’ କାର୍ଡକୁ ଜଳାଇଥିଲେ । ବଜରଙ୍ଗ ଦଳର ବିରୋଧକୁ ଦେଖି ସହରରେ ବିଭିନ୍ନ ପାର୍କ ଏବଂ ପ୍ରତିଷ୍ଠିତ ରେସ୍ତୋରାଁମାନଙ୍କରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇନଥିଲା ।

Comments
Post a Comment