ନୂଆଦିଲ୍ଲୀ ,୨୮/୨ : ପାକିସ୍ତାନର ମିଛ ଧରାପଡିଛି । ବୁଧବାର ଭାରତ ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧ ବିମାନ ଧ୍ୱଂସ କରିଦେଇଥିବା ସ୍ପଷ୍ଟ ହୋଇଛି । ବୁଧବାର ପୂର୍ବାହ୍ନ ପ୍ରାୟ ୧୦.୫ରେ କାଶ୍ମୀରର ନୌସେରା, ପୁଞ୍ଝ ସେକ୍ଟରରେ ଥିବା ସେନା ଆଡା ଉପରେ ଆକ୍ରମଣ ପାଇଁ ପାକିସ୍ତାନର ୩ଟି ଏଫ୍୧୬ ଯୁଦ୍ଧବିମାନ ଭାରତୀୟ ସୀମା ମଧ୍ୟକୁ ପଶିଆସି ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ହେଲେ ଭାରତୀୟ ବାୟୁସେନାର ୬ଟି ମିଗ୍-୨୧ ସେମାନଙ୍କୁ ଗୋଡାଇ ଗୋଡାଇ ପାକିସ୍ତାନରେ ଛାଡିଥିଲେ ଓ ସେମାନଙ୍କ ମଧ୍ୟରୁ ଗୋଟିଏ ମିଗ୍-୧୬କୁ ମାରି ଖସାଇଦେଇଥିଲେ । ପାକିସ୍ତାନ କିନ୍ତୁ ଏହାକୁ ସ୍ୱୀକାର କରୁନଥିଲା । ପାକିସ୍ତାନର ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ ଗଫୁର ପ୍ରେସ୍ କନଫରେନ୍ସ କରି କହିଥିଲେ ଯେ, ବୁଧବାର ପାକିସ୍ତାନୀ ବାୟୁସେନା ଭାରତର ୨ଟି ମିଗ୍-୨୧କୁ ମାରି ଖସାଇ ଦେଇଛି । ଗୋଟିଏ ପାକିସ୍ତାନର ଲାମଭ୍ୟାଲି ଓ ଅନ୍ୟଟି ପାକ୍ ଅଧିକୃତ କାଶ୍ମୀରରେ ଧ୍ୱଂସ ହୋଇ ଗଳିପଡିଛି । ତେବେ ପାକ୍ ଅଧିକୃତ କାଶ୍ମୀରରେ ଯେଉଁ ଯୁଦ୍ଧବିମାନର ଭଗ୍ନାବଶେଷ ପଡିଥିଲା ତାହାକୁ ଗୁରୁବାର ପାକିସ୍ତାନ ସେନାର ଅଧିକାରୀ ଓ ବିଶେଷଜ୍ଞମାନେ ଯାଞ୍ଚ କରିବା ପରେ ତାହା ମିଗ୍-୨୧ ନୁହେଁ ବରଂ ଏଫ୍-୧୬ର ଭଗ୍ନାବଶେଷ ବୋଲି ସ୍ପଷ୍ଟ ହୋଇଛି । ଏହି ଯୁଦ୍ଧ ବିମାନଟିକୁ ପାକିସ୍ତାନର ୭ ଉତ୍ତର ଲାଇଟ ଇନଫାଣ୍ଟ୍ରିର ଜଣେ କମାଣ୍ଡିଂ ଅଧିକାରୀ ଚଳାଉଥିଲେ । ଭାରତର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏହି ଏଫ୍-୧୬କୁ ମାରି ଖସାଇ ଦେବା ପରେ ଏହାର ବୈମାନିକ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତଲେ ପଡିଥିଲେ ତାଙ୍କୁ ପାକ୍ ସେନା ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ତାଙ୍କର ହୁଲିଆ ଏଭଳି ବଦଳିଯାଇଥିଲା ଯେ, ନିଜ ଜବାନଙ୍କୁ ମଧ୍ୟ ପାକିସ୍ତାନ ଚିହ୍ନି ପାରିନଥିଲା ଓ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସମେତ ୨ ଜଣ ପାଇଲଟଙ୍କୁ ଯୁଦ୍ଧବନ୍ଦୀ କରାଯାଇଥିବା ପାକ୍ ପ୍ରଧାନମନ୍ତ୍ରୀ ଓ ସେନା ପ୍ରବକ୍ତା ଦର୍ଶାଇଥିଲେ । ଏବେ ସତ୍ୟ ସମ୍ମୁଖକୁ ଆସିବା ପରେ ମିଛୁଆ ପାକିସ୍ତାନର ଗାଲୁଆମୀ ଧରାପଡିଛି ।

Comments
Post a Comment