ସାଉଦି ଆରବରେ ହିନ୍ଦୀ ତୃତୀୟ ଅଫିସିଆଲ୍ ଭାଷା


ନୂଆଦିଲ୍ଲୀ,୧୦ା୨: ଆରବିକ ଏବଂ ଇଂରାଜୀ ପରେ ତୃତୀୟ ଅଫିସିଆଲ୍ ଭାଷା ଭାବେ ହିନ୍ଦୀ ଭାଷାକୁ ଆବୁଧାବି ଅଦାଲତରେ ମାନ୍ୟତା ଦିଆଯାଇଛି । ଆବୁଧାବିର ନ୍ୟାୟିକ ବ୍ୟବସ୍ଥା କହିଥିଲେ ଯେ,ଏହାକୁ ସାମ୍ବିଧାନିକ ଭାବରେ ଗ୍ରହଣ କରାଯାଇଛି । ଅଦାଲତର ନ୍ୟାୟିକ ପ୍ରକିୟା, ସେମାନଙ୍କର ମୌଳିକ ଅଧିକାର ଏବଂ ଦାୟିତ୍ୱକୁ ବୁଝିବାରେ ଏହା ହିନ୍ଦୀ ଭାଷାଭାଷୀଙ୍କ ପାଇଁ ସହାୟତ ହେବ ଏବଂ ଏ ନେଇ ଆବୁଧାବି ନ୍ୟାୟିକ ଅଦାଲତରେ ହିନ୍ଦୀରେ ସମସ୍ତ ସୂଚନା ଉପଲବ୍ଧ ହେବ । ସରକାରୀ ତଥ୍ୟ ମୁତାବକ ବର୍ତ୍ତମାନ ୟୁଏଇର ଜନସଂଖ୍ୟା ୯ ମିଲିୟନ୍ । ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଜନସଂଖ୍ୟା ବିଦେଶୀ ରାଷ୍ଟ୍ରରୁ ଅଛନ୍ତି । ଏଥିରୁ ୨.୬ ମିଲିଅନ ସଂପ୍ରଦାୟ ଭାରତରୁ ଅଛନ୍ତି । ଅର୍ଥାତ୍ ୟୁଏଇରେ ଥିବା ସମୁଦାୟ ସଂଖ୍ୟାର ୩୦% ହେଉଛନ୍ତି ଭାରତୀୟ । ଏଡିଜେଡିର ଅଧିବକ୍ତା ୟୁସେଫ ସଇଦ ଏଲ୍ଅବ୍ରି କହିଛନତି ଯେ, ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ମାନ୍ୟତା ଦେବା ଦ୍ୱାରା ନ୍ୟାୟିକ ମକୋଦ୍ଦମାରେ ସ୍ୱଚ୍ଛତା ଆସିବ ଏବଂ ନ୍ୟାୟିକ ପ୍ରକିୟା ପ୍ରୋତ୍ସାହିତ ହେବ । ଏଲ୍ ଅବ୍ରି କହିଛନ୍ତି ଯେ, ଦ୍ୱିଭାଷୀ ମୋକଦ୍ଦମା ପ୍ରକ୍ରିୟାରେ ନୂତନ ଭାଷା ଏବଂ ଏକ ଅଂଶ ହେବ । ୨୦୧୮ ନଭେମ୍ବରରେ ଏହାର ପ୍ରଥମ ପର୍ଯ୍ୟାୟ ଲଂଚ ହୋଇଥିଲା । ଏହାଦ୍ୱାରା ଭାରତୀୟଙ୍କୁ ଏବଂ ହିନ୍ଦୀ ସଂପ୍ରଦାୟର ଲୋକଙ୍କୁ ସରକାରୀ କ୍ଷେତ୍ରରେ ସହାୟକ ହେବ ।

Comments