ଜେଏନ୍ୟୁ ଦେଶଦ୍ରୋହ ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀ କୋର୍ଟଙ୍କ ଭର୍ତ୍ସନା ଆପଣ ଫାଇଲ ଉପରେ ବସିପାରିବେ ନାହିଁ


ନୂଆଦିଲ୍ଲୀ, ୬/୨  : ୨୦୧୬ ଫେବୃୟାରୀ ୯ ତାରିଖରେ ଦେଶର ଅନ୍ୟତମ ସୁନାମଧନ୍ୟ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ସଂସଦ ଭବନ ଉପରେ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଆଫଜାଲ୍ ଗୁରୁକୁ ଫାଶୀ ଦିଆଯିବା ଘଟଣାକୁ ବିରୋଧ କରଯାଇଥିଲା  । ଏହି ଅବସରରେ ଜେଏନ୍ୟୁ ଛାତ୍ରସଂସଦର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଓ ତାଙ୍କର ଅନ୍ୟ ୯ ଜଣ ସାଥୀ ଦେଶବିରୋଧି ନାରାବାଜୀ କରିଥିଲେ  । ଏହି ଘଟଣାରେ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ କରିଥିଲା ଦିଲ୍ଲୀ ପୁଲିସ  । ତେବେ ଏହାକୁ ବିରୋଧ କରି କହ୍ନେୟା କୁମାର ଓ ତାଙ୍କ ସାଥୀମାନେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । ଦିଲ୍ଲୀ ସରକାରଙ୍କ ଅନୁମତି ବିନା ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହର ଚାର୍ଜସିଟ୍ ଦାଖଲ କରିବା ଆଇନ ବିରୁଦ୍ଧ ବୋଲି ସେମାନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ  । ଏହି ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ପଟିଆଲା ହାଉଓ କଟୂ ଭର୍ତ୍ସନା କରି କହିଛନ୍ତି ଯେ, ଆପଣ ଜାଣିଶୁଣି ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ କରୁଛନ୍ତି ଓ ଏହି ଚାର୍ଜସିଟ୍ ପାଇଁ ଅନୁମତି ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି  । ତେବେ ଆପଣ ଜାଣିଶୁଣି ଫାଇଲ ଉପରେ ବସିପାରିବେ ନାହିଁ  । ଏଯାବତ୍ କାହିଁକି ଦିଲ୍ଲୀ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିନାହାନ୍ତି ସେ ସଂକ୍ରାନ୍ତରେ ଆସନ୍ତା ୨୮ ତାରିଖ ସୁଦ୍ଧା ସ୍ପଷ୍ଟ ମତ ରଖିବା ଲାଗି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ ଆଦେଶରେ ସ୍ପଷ୍ଟ କରିଛନ୍ତି

Comments