ଭାରତୀୟ ବଂଶୋଦ୍ଭବ ହେଲେ ଟେକ୍ସାସ ଲିସିୟମ୍ର ଅଧ୍ୟକ୍ଷ


ନୂଆଦିଲ୍ଲୀ, ୯/୨  : ଭାରତୀୟ ବଂଶୋଦ୍ଭବ ଥାଇ ଆମେରିକାରେ ରହୁଥିବା ଇଂ. ସଞ୍ଜୟ ରାମଚନ୍ଦ୍ରନଙ୍କୁ ଟେକ୍ସାସ୍ ଲେସିୟମ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ଏହି ସଂସ୍ଥା ଟେକ୍ସାସରେ ଆଗାମୀ ପିଢ଼ୀର ନେତାଙ୍କୁ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରିଥାଏ  । ରାମଚନ୍ଦ୍ରନ ଏହି ପଦରେ ନିଯୁକ୍ତି ପାଇଥିବା ପ୍ରଥମ ବିଦେଶୀ ଅଟନ୍ତି  । ଏହି ଅବସରରେ ସେ କହିଥିଲେ ଯେ, ଟେକ୍ସାସ ଲିସିୟମ ଲୋକଙ୍କୁ ସେବା ଯୋଗାଇବାରେ ଇତି ମଧ୍ୟରେ ୪୦ ବର୍ଷ ଅତିକ୍ରାନ୍ତ କରିସାରିଲାଣି  । ଟେକ୍ସାସରେ ଯୁବନେତାମାନଙ୍କ ବିବିଧ ସମୂହକୁ ଏକତ୍ର କରି ଇତିହାସ ରଚିପାରିଥିବା ଏହି ଅଦ୍ୱିତୀୟ ସଂସ୍ଥାର ନେତୃତ୍ୱ ନେଉଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛି  ।

Comments