ବିଶାଳ କୃଷକ ଜାଗରଣ ସମାବେଶ




ଭୁବନେଶ୍ୱର,(ଭିଏସ୍ କେ),୧୭/୨: ଚାଷୀର ପ୍ରତ୍ୟେକ ଉତ୍ପାଦନର ଲାଭକାରୀ ମୂଲ୍ୟ, କୃଷକ ସଂଗଠନ ମାନଙ୍କ ସହ ବିଚାର କରି ସରକାର ନିର୍ଦ୍ଧାରଣ  କରି ଚାଷୀକୁ ଦିଅନ୍ତୁ, ଚାଷୀର ସମସ୍ତ କୃଷିଜାତ ଦ୍ରବ୍ୟ ସରକାର କିଣିବାର ବ୍ୟବସ୍ଥା କରନ୍ତୁ ଓ ସ୍ଥାନୀୟ ହାଟର ବ୍ୟବସ୍ଥା କରନ୍ତୁ । ଫସଲ ବୀମାରେ ଚାଷୀର ପ୍ରତ୍ୟେକ ପ୍ଲଟକୁ ୟୁନିଟ୍ ରୂପେ ଗ୍ରହଣ କରାଯାଉ ଓ ପ୍ରତ୍ୟେକ ଫସଲକୁ ବୀମା ଭୁକ୍ତ କରାଯାଉ, ଓଡିଶାର ମକା ଓ କପା କିଣିବା ପାଇଁ ସରକାର ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ମଣ୍ଡିର ବ୍ୟବସ୍ଥା କରନ୍ତୁ । ଓଡିଶାରେ ଚିନି କଳ, ସୁତା କଳ ଗୁଡିକର ଓ ଅଏଲ ଓଡିଶାର ପୁନରୁଦ୍ଧାର କରାଯାଉ, କୃଷି ଋଣ ଛାଡ କରାଯାଉ ଓ କୃଷକକୁ ବିନା ସୁଧରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉ । ଚାଷୀମାନଙ୍କ ହିତ ଦୃଷ୍ଟିରୁ ଓଡିଶାରେ ମଦ ବନ୍ଦ କରାଯାଉ, କୃଷକମାନଙ୍କ ପାଇଁ ରାଜ୍ୟସ୍ତରରେ ଜିଲ୍ଲାସ୍ତରରେ ତଥା ବ୍ଲକ ସ୍ତରରେ କୃଷକ ଭବନ ତିଆରି କରାଯାଉ । କେଉଁଝରର କାନପୁର ଜଳସେଚନ ପ୍ରୋଜେକ୍ଟକୁ ସଂପୂର୍ଣ୍ଣ କରାଯାଉ, ପ୍ରତ୍ୟେକ ଜିଲ୍ଲା ତଥା ପ୍ରତ୍ୟେକ ବ୍ଲକ ସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଉ ଆଦି ୨୨ ଦଫା ଦାବି ନେଇ ରବିବାର ଦିନ ଭାରତୀୟ କିସାନ ସଂଘ, ଓଡିଶା ଦ୍ୱାରା ହଜାର ହଜାର କୃଷକମାନଙ୍କୁ ନେଇ ଏକ ବିଶାଳ କୃଷକ ଜାଗରଣ ସମାବେଶ ଅନୁଷ୍ଠିତ ହୋଇ ଯାଇଛି । 


ସ୍ଥାନୀୟ ଲୋୟର ପିଏମ୍ଜି ଠାରେ ଅନୁଷ୍ଠିତ ଏହି ବିଶାଳ ସାଧାରଣ ସଭାରେ କିସାନ ସଂଘର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଦୀନେଶ୍ କୁଲକର୍ଣ୍ଣୀ ଉପସ୍ଥିତ ରହି ଚାଷୀମାନଙ୍କର ବିଭିନ୍ନ ରାଜ୍ୟ ସ୍ତରୀୟ ଓ ରାଷ୍ଟ୍ରୀୟ ସମସ୍ୟା ବିଷୟରେ ଅବଗତ କରାଇବା ସହ ଏହାର ସମାଧାନ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ ।
ରାଜ୍ୟ ସଭାପତି ରାଧାକୃଷ୍ଣ ମେହର ଉପସ୍ଥିତ ରହି ସଂଗଠନ ଆଭିମୁଖ୍ୟ ଓ ଆଗାମୀ ପଦକ୍ଷେପ ବିଷୟରେ କୃଷକମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସାଧାରଣ ସଂପାଦକ ଜାନକୀ ବଲ୍ଲଭ ସ୍ୱାଇଁ ରାଜ୍ୟ ସରକାରଙ୍କ କୃଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ବିଷୟରେ କହିବା ସହ ସଂଗଠନକୁ ସୁଦୃଢ କରିବା ପାଇଁ କୃଷକମାନଙ୍କୁ  ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ବିଶେସ୍ୱର ଦାଶ, ରାଜ୍ୟ ସଂପାଦକ ପ୍ରଦୀପ ମହାନ୍ତି, ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ମୟୁରେଶ ଦାଶ, ଚିନ୍ମୟ ଦାଶ, ମାନସ ରଂଜନ ପ୍ରଧାନ, ବିଜୟ କୁମାର ବେହେରା, ଅର୍ପଣା ଦାଶ, ଶ୍ରୀମୁଖ ପ୍ରଧାନ, ନକୁଳ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଓଡିଶାର କୃଷକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ସୁଚିତିନ୍ତ ମତ ରଖିଥିଲେ । 

Comments