ପ୍ୟାରିସ, (ଭି ଏସ୍ କେ),୨/୨ : ଫ୍ରାନ୍ସର ଜଣେ ପାଦ୍ରୀ ନିୟମିତ ଭାବେ ୪ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଏହି ମାମଲାର ତଦନ୍ତ କରାଯାଇଥିଲା । ତଦନ୍ତବେଳେ ପାଦ୍ରୀଙ୍କ ବିରୁଦ୍ଧରେ ଯୌନଶୋଷଣର ଅଭିଯୋଗ ସତ ପ୍ରମାଣି ହେବାରୁ ଅଦାଲତ ତାଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧,୧୫,୦୦୦ ଡଲାରର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ୍ୟ ଯେ, ଉତ୍ତରପୂର୍ବ ଫ୍ରାନ୍ସର କୋଲମାର ଅଦାଲତ ଏହି ମାମଲାର ଶୁଣାଣି କରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି ।

Comments
Post a Comment