ନୂଆଦିଲ୍ଲୀ ,୧୫/୨ : ପୁଲୱାମାରେ ପାକ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଆମ୍ବୁସ୍ ଆକ୍ରମଣ ପରେ ଶୁକ୍ରବାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକରେ ସର୍ଜିକାଲ ଷ୍ଟ୍ରାଇକ୍-୨ ପାଇଁ ୱାର ରୁମ୍ ପ୍ରସ୍ତୁତିକୁ ସବୁଜ ସଂକେତ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଏହି ବୈଠକରେ ପାକିସ୍ତାନକୁ ୩ ଦିଗରୁ ଘେରିବାକୁ ରଣନୀତି ସ୍ଥିର ହୋଇଛି । କେନ୍ଦ୍ର ସରକାର କୂଟନୈତିକ, ରାଜନୈତିକ ଓ ସେନା କାର୍ଯ୍ୟନୁଷ୍ଠାନ- ଏହିଭଳି ୩ଟି ଦିଗରୁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ୭ ରେସକୋର୍ସ ରୋଡସ୍ଥ ବାସଭବନରେ ବୈଠକ ପୂର୍ବରୁ ରାଜନାଥ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଏନ୍ଏସ୍ଏ ଡୋଭାଲ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ସ୍ୱଳ୍ପ ଓ ଦୀର୍ଘ ମିଆଦି ଯୋଜନା ଉପସ୍ଥାପନ କରିଥିଲେ । ଏହାଛଡା ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ରହିଥିବା ପକ୍କା ପ୍ରମାଣ ରହିଛି । ଏହି ବୈଠକର ନିଷ୍ପତ୍ତି ମୁତାବକ ଖୁବ୍ ଶୀଘ୍ର ଭାରତୀୟ ସେନା ପାକିସ୍ତାନରେ ପଶି ଜୈସ୍-ଇ-ଅହମ୍ମଦ ଓ ଅନ୍ୟ ଆତଙ୍କବାଦୀ ଢ଼ାଞ୍ଚାଗୁଡିକୁ ନଷ୍ଟ କରିବ । ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ଏଥର ଆତଙ୍କବାଦୀମାନଙ୍କୁ ଏଭଳି ଶିକ୍ଷା ଦିଆଯିବ ଯାହା ସେମାନେ କେବେହେଲେ ଭୁଲିପାରିବେ ନାହିଁ । ଶ୍ରୀ ଜେଟଲୀ କହିଛନ୍ତି ଯେ, ଭାରତ ୧୯୯୬ରୁ ପାକିସ୍ତାନକୁ ଦେଇ ଆସିଥିବା ସବୁଠାରୁ ପସନ୍ଦ ଯୋଗ୍ୟ ରାଷ୍ଟ୍ର (ଏମଏଫ୍ଏମନ୍) ମାନ୍ୟତା ପ୍ରତ୍ୟାହାର କରିଛି । ଏହା ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାକୁ ଏକ ଘରିକିଆ କରିବା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟ ଉଦ୍ୟମ କରିବ ବୋଲି ଜେଟଲୀ ପ୍ରଧାନମନ୍ତ୍ରଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି । ପାକିସ୍ତାନକୁ ଦିଆଯାଇଥିବା ପରମ ମିତ୍ର ରାଷ୍ଟ୍ର (ଏମ୍ଏଫଏନ୍) ମାନ୍ୟତା ୧୯୯୬ରୁ ଦିଆଯାଇଛି । ଭାରତ ଏକତରଫା ଭାବେ ପାକିସ୍ତାନକୁ ଏହି ମାନ୍ୟତା ପ୍ରଦାନ କରିଥିଲା । ତେବେ ଭାରତକୁ ପାକିସ୍ତାନ ଏଭଳି ମାନ୍ୟତା ଦେଇନି । ୨୦୧୨ରେ ଭାରତକୁ ଏମ୍ଏଫ୍ଏନ୍ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାକୁ ପାକିସ୍ତାନ ପାଳନ କରିନି । ପାକିସ୍ତାନଠାରୁ ଏମ୍ଏଫଏନ୍ ମାନ୍ୟତା ଭାରତ ପ୍ରତ୍ୟାହାର କଲେ ଏହାଦ୍ୱାରା ପାକିସ୍ତାନର ଶିଳ୍ପ ପ୍ରଭାବିତ ହେବ । ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ସାଧାରଣ ବୁଝାମଣା ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଥିଲାମାନ୍ୟତା ଦ୍ୱାରା ଦୁଇଦେଶ ପରସ୍ପରକୁ ଅନ୍ୟ ସମସ୍ତ ଡବ୍ଲ୍ୟୁଟିଓ ସଦସ୍ୟ ରାଷ୍ଟ୍ରଗୁଡିକ ତୁଳନାରେ ଉତ୍ତମ ବାଣିଜ୍ୟିକ ସମ୍ପର୍କ ରକ୍ଷା କରିଥାନ୍ତି । ଭାରତ ଓ ପାକିସ୍ତାନ ଉଭୟ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ । ଡବ୍ଲ୍ୟୁଟିଓର ଜେନେରାଲ ଏଗ୍ରିମେଣ୍ଟ ଅନ୍ ତାରିଫ ଆଣ୍ଡ ଟ୍ରେଡ୍ (ଗାଟ)ଆଇନ୍ ଅନ୍ତର୍ଗତ ଭାରତ ପାକିସ୍ତାନ ସହ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେବା ହେତୁ ପାକିସ୍ତାନକୁ ଏମଏଫ୍ଏନ୍ ମାନ୍ୟତା ଦେଇଥିଲା । ଏହା ଦ୍ୱାରା ପାକିସ୍ତାନରୁ ଆମଦାନୀ କରାଯାଉଥିବା ବିଭିନ୍ନ ବସ୍ତୁ ଉପରେ ଭାରତ ସୀମା ଶୁକ୍ଲ ଛାଡ କରିଥିଲା । ଭାରତ ପାକିସ୍ତାନକୁ ବାର୍ଷିକ ପ୍ରାୟ ୨.୬୧ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥାଏ । ସେଥିମଧ୍ୟରେ ସିମେଣ୍ଟ, ଚିନି, ରାସାୟନିକ ପଦାଥର୍୍, ତୁଳା, ଖଣିଜ ଇନ୍ଧନ, ବିଭିନ୍ନ ଲବଣ, ଧାତୁ , ଲାଇମ ଷ୍ଟୋନ୍, ପ୍ଲାଷ୍ଟିକ, ପେଟ୍ରୋଲିୟମ ଜାତ ରେଶିନ, ଇସ୍ପାତ୍ ଓ ବିଭିନ୍ନ ପ୍ରକାରର ପନିପରିବା ସାମିଲ ଥିଲା । ତେବେ ପାକିସ୍ତାନ ଭାରତକୁ ବାର୍ଷିକ ପ୍ରାୟ ୮୬ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥାଏ । ତେଣୁ ପାକିସ୍ତାନ ସହ ଭାରତର ବାଣିଜ୍ୟ କାରବାର ନଗଣ୍ୟ ବୋଲି କୁହାଯାଏ । କାରଣ ବାଂଲାଦେଶକୁ ଭାରତ ବର୍ଷକୁ ପ୍ରାୟ ୭.୫ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥାଏ ।

Comments
Post a Comment