ଚୋର ମୁହଁ ଟାଣ


ନୂଆଦିଲ୍ଲୀ ,୧୬/୨ : ପଥର ଫିଙ୍ଗାଳିରୁ ଆଜି ଜଘନ୍ୟ ଆତଙ୍କବାଦୀ ରୂପ ନେଇ ପୁଲୱାମା ଘଟଣାର ଆତ୍ମଘାତୀ ବିସ୍ଫୋରକ ସାଜିଛନ୍ତି ଆଦିଲ ଅହମଦ୍ (୨୦) । ଏହି ଘଟଣାରୁ ପଥର ଫିଙ୍ଗାଳି ମାନଙ୍କୁ ଛୋଟ ପିଲା ଦର୍ଶାଉଥିବା ଗଣମାଧ୍ୟମ , ମାନବାଧିକାର କର୍ମୀ ଓ ଜାମ୍ମୁ କାଶ୍ମୀରର ସୁବିଧାବାଦୀ ରାଜନେତା ମାନଙ୍କ ପ୍ରାୟୋଜିତ ଭାରତ ବିରୋଧୀ ପ୍ରୋପାଗାଣ୍ଡା ଧରାପଡିଯାଇଛି । ୩ ବର୍ଷ ତଳେ ୨୦୧୬ରେ ଆଦିଲ ଲେଥିପୁରାର ଏକ ସ୍କୁଲରେ ପାଠ ପଢ଼ୁଥବା ସମୟରେ ଥରେ ସେ ସ୍କୁଲରୁ ଫେରିବା ବେଳେ କିଛି ସୁରକ୍ଷା କର୍ମୀ ତାକୁ ଓ ତା ସାଙ୍ଗମାନଙ୍କୁ ଅଟକାଇ ପଥରଫିଙ୍ଗା ଅଭିଯୋଗରେ ପିଟାପିଟି କରିଥିଲେ । ଏହି ଘଟଣାର ବଦଲା ନେବା ପାଇଁ ସେ ମୌଳବାଦୀ ସାଜିଥିଲା ।ସେପଟେ ଆଦିଲ ସ୍କୁଲରୁ ବିଦା ହେବା ପରେ ଗୋଟିଏ ସ ମିଲରେ କାର୍ଯ୍ୟ କରୁଥିଲା । ଲେଥିପୁରାର ଗୁଣ୍ଡିବାଦ ଗ୍ରାମରେ ତାର ଘର । ଗତବର୍ଷ ମାର୍ଚ୍ଚ ୧୯ ତାରିଖରୁ ସେ ଘର ଛାଡି ପଳାଇଥିଲା । ତାର ସାଙ୍ଗ ସମୀର ଅହମ୍ମଦ ମଧ୍ୟ ସେହି ଦିନଠରୁ ଗାଏବ ଅଛି । ଉଭୟଙ୍କ ପରିବାର ଏଥିନେଇ ପୋଲିସରେ ଅଭିଯୋଗ କରିଛନ୍ତି । ଆଦିଲକୁ ଆତଙ୍କବାଦୀ ସଂଗଠନରେ ୱାକସ କମାଣ୍ଡୋ ଭାବେ ନାମିତ କରାଯାଇଥିଲା । ଦୁଇମାସ ତଳେ ଲେଥିପୁରାରେ ଅନ୍ୟତମ ଫିଦାଇନ ଆକ୍ରମଣକାରୀ ୧୬ ବର୍ଷର ଫର୍ଦିନ୍ ଅହମ୍ମଦ ଖାଣ୍ଡେ ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ କରି ଗୁଳିକାଣ୍ଡରେ ନିହତ ହୋଇଥିଲା । ଜୈସ-ଇ-ମହମ୍ମଦ ଏଭଳି ଛୋଟ ପିଲାମାନଙ୍କୁ ଆତଙ୍କବାଦୀ କରାଇଥାଏ । ଆଦିଲ ଘର ଛାଡିବା ପରେ ଥ୍ରୁଟିଏ ତା’ ବାପା ଗୁଲାମ ହସନ୍କୁ ଦେଖା କରିଥିଲା ବୋଲି ତାର ବାପା କହିଛି । ପିତାମାତା ଓଲଟା ସେନାକୁ ଦୋଷଦେଇଛନ୍ତି । ତା’ର ବାପା ଗୁଲାମ ହାସନ ଦର ଓ ଆଦିଲର ମା’ ଫମିଦା କହିଛନ୍ତି ଯେ, ସୁରକ୍ଷା କର୍ମୀ ତାକୁ ପିଟିଥିବାରୁ ସେ ବଦଲା ପାଇଁ ଆତଙ୍କବାଦୀ ସାଜିଥିଲା । ଗତବର୍ଷ ମାର୍ଚ୍ଚ ୧୯ରୁ ଆଦିଲ ଘରକୁ ଫେରିନାହିଁ । ଆଦିଲ କେଉଁଠାରେ ରହୁଥିଲା ତାହା ମଧ୍ୟ ତା’ ଘର ଲୋକ ଜାଣିନଥିବା କହିଛନ୍ତି  । ଚୋର ମୁହଁ ଟାଣ ପରି ସେ ଏଭଳି ବେଲଜ୍ଜା ମନ୍ତବ୍ୟ ଦେଇଛନ୍ତି ।

Comments