ଚୀନ୍ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ


ୱଝେନ୍ ,୨୭/୨ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବୁଧବାର ଋଷିଆ, ଭାରତ ଓ ଚୀନ୍ର ବୈଦେଶିକ ମନ୍ତ୍ରୀ ସ୍ତରୀୟ ଷୋଡଶ ବୈଠକରେ ଯୋଗଦେବା ପାଇଁ ଉତ୍ତର ଚୀନ୍ର ଝେଜିଆଙ୍କ ରାଜ୍ୟର ୱଝେନ ସହରକୁ ଗସ୍ତ କରିଛନ୍ତି । ସେଠାରେ ସେ ଚୀନ୍ର ବୈଦେଶିକ ମନ୍ତ୍ରର ୱାଙ୍ଗୱିୟ ଏବଂ ଋଷିୟ ପ୍ରତିପକ୍ଷ ସର୍ଗେଇ ଲାଭାରୋଭଙ୍କୁ ଭେଟି ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ମୂଳକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ଏହାପରେ ଏହି ୩ ରାଷ୍ଟ୍ର ଆତଙ୍କବାଦୀ ମୂଳତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ବୋଲି ଦର୍ଶାଇଛନ୍ତି । ଏହି ଅବସରରେ ଚୀନ୍ ପାକିସ୍ତାନକୁ ଆତଙ୍କବାଦ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛି । ପାକିସ୍ତାନର ଏକମାତ୍ର ତଥା ବିଶ୍ୱସ୍ତ ସହଯୋଗୀ ଚୀନ୍ ପାକିସ୍ତାନକୁ ଏପରି ରୋକଠୋକ ଶୁଣାଇବା ପାକିସ୍ତାନର ଆତ୍ମ ବିଶ୍ୱାସକୁ ଭାଙ୍ଗି ଦେଇଛି ।

Comments