ଜଳ ବିନା ମାନବ ଜୀବନ ଅଧୁରା ଅଟେ: ଭାୟାଜୀ ଯୋଶୀ


ଦେବଗିରି,(ଭି ଏସ୍ କେ),୪/୨: ଜଳ ପଂଚମହାଭୂତ ମଧ୍ୟରୁ ଏକ ତତ୍ୱ ଅଟେ । ବିନା ଜଳରେ ମାନବ ଜୀବନ ଜୀବିତ ରହିବା  ଅସମ୍ଭବ । ପଂଚଭୂତ ମଧ୍ୟରୁ ଜଳ ଏକ ତତ୍ତ୍ୱ ହେବା କାରଣରୁ ମାନବ ଜୀବନ ଅଧୁରା ଅଟେ । ଏହାର ଅସ୍ତତ୍ୱବିନା ସଜୀବ ଆଶ୍ରିତ ରହିବା ସମ୍ଭବ ନୁହେଁ । କେବଳ ଅସ୍ତିତ୍ୱ ରଖିବା ପାଇଁ ଉପଯୋଗ କରିବା ତାହା ନୁହେଁ ଏହାର ଉପଲବ୍ଧତା ବିଷୟରେ ବେଶୀ ଅବଗତ ହେବା ଉଚିତ । ଏହାର ଉପଲବ୍ଧତା ନ ହେବା କାରଣରୁ ଦୁଃର୍ବଳତା ସୃଷ୍ଟି ହୁଏ । ବେଶୀ ହେବା କାରଣରୁ ନଷ୍ଟ ହୁଏ । ଏହି କାରଣରୁ ପଂଚ ମହାଭୂତକୁ ସମତୁଳ ଭାବରେ ଉପଯୋଗ କରିବା ଉଚିତ । ଜଳ ସହିତ ବୃକ୍ଷର ସମ୍ବର୍ଦ୍ଧନ ପାଇଁ ଅନେକ ସଂଗଠନ ଆଗେଇ ଆସିଛନ୍ତି । ସେମାନେ ସମସ୍ତେ ପ୍ରଶଂସାର ପାତ୍ର । ସେମାନଙ୍କ ଦ୍ୱାରା କରାଯାଉଥିବା ବୃକ୍ଷ ରୋପଣ  ଯୋଗୁଁ ଆଜି ଭଲ ବର୍ଷା ହେଉଛି । ଏହି କାରଣରୁ ପାଣି ଏବଂ ବୃକ୍ଷର ସମ୍ବନ୍ଧ ସମସ୍ତଙ୍କ ଧ୍ୟାନକୁ ଆସିବା ଉଚିତ । ତେଣୁ ଜଳ ସମ୍ବର୍ଦ୍ଧନ ସହିତ ବୃକ୍ଷ ସମ୍ବର୍ନ୍ଧନ ମଧ୍ୟ ଆବଶ୍ୟକ ବୋଲି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଯୋଶୀ ପ୍ରକାଶ କରିଛନ୍ତି ।
ଔରଙ୍ଗାବାଦର ମହାତ୍ମା ଫୁଲେ କୃଷି ପ୍ରତିଷ୍ଠାନ ଏବଂ କବିୟତ୍ରୀ ବହିଣାବାଇ ଚୌଧୁରୀ ଉତ୍ତର ମହାରାଷ୍ଟ୍ର ବିଶ୍ୱବିଦ୍ୟାଳୟ ଜଳଗାଁ ଦ୍ୱାରା ଆୟୋଜିତ ଜଳ ସଂବାଦ ୨୦୧୯ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସରକାର୍ଯ୍ୟବାହଜୀ ଏହି ବିଷୟ ଉଲ୍ଲେଖ କରିବା ସହିତ କହିଲେ ଯେ, ବାଦଲ ଆକାଶ ଲୋକର ଜଳଦୂତ ଏବଂ ଆମେ ଭୂ ଲୋକର  ଜଳଦୂତ । ଏବେ ଆକାଶ ଜଳଦୂତଙ୍କ ସହିତ ଭୂ ଲୋକର ଜଳଦୂତଙ୍କ  ମିତ୍ରତା ହେବା ଉଚିତ । ଜଳ ବ୍ୟବହାର ଏବଂ ଉପଯୋଗ ବିଷୟରେ  ଜନ ଜାଗରଣ ଅଭାବ କାରଣରୁ ଆଜି ଜଳ ଏକ ବିକରାଳ ସମସ୍ୟା ହୋଇ ଛିଡା ହୋଇଛି । ଏହି ପୃଥିବୀ ପୃଷ୍ଠରେ ଯେଉଁ ଯେଉଁ ସଜୀବ ଅଛନ୍ତି, ସମସ୍ତଙ୍କୁ ଜଳ ମିଳିବା ମୌଳିକ ଅଧିକାର । ଏହି ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ । କିନ୍ତୁ ଆଜି ଜଳକୁ ଟଙ୍କା ଦେଇ କିଣିବାର ସମୟ ଆସି ଯାଇଛି । ଏହା ଏକ ଗମ୍ଭିର ବିଷୟ ଅଟେ । ଜଳ ସଂରକ୍ଷଣ ଓ ଜଳ ବ୍ୟବହାର ଉପରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି ।

Comments