ନୂଆଦିଲ୍ଲୀ, ୨୮/୨: ସାମ୍ନାରେ ଥିଲା ମୃତ୍ୟୁ; କିନ୍ତୁ ହୃଦୟରେ ଥିଲା ଦେଶ ପାଇଁ ଅସରନ୍ତି ଭାବନା । ସାମ୍ନାରେ ଘେରିଥିଲେ ଶତ୍ରୁ । କିନ୍ତୁ ଦେଶର ଗୁପ୍ତ ତଥ୍ୟକୁ ନଷ୍ଟ କରିବାରେ ଲାଗିଥିଲେ ମୁଣ୍ଡରେ କଫନ ବାନ୍ଧି ରଣକ୍ଷେତ୍ରକୁ ଓହ୍ଲାଇଥିବା ଭାରତ ମାତାର ବୀର ସପୁତ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ବୁଧବାର ପାକିସ୍ତାନର ଗୋଟିଏ ଏଫ୍-୧୬ ଯୁଦ୍ଧ ବିମାନକୁ ଗୋଡ଼ାଇ ଗୋଡ଼ାଇ ଧ୍ୱଂସ କରିବା ପରେ ଅଭିନନ୍ଦନଙ୍କ ମିଗ୍-୨୧ ଯୁଦ୍ଧ ବିମାନ ପାକ୍ ଅଧିକୃତକ କାଶ୍ମୀର ମଧ୍ୟକୁ ପଶିଯାଇଥିଲା । ସେ ତୁରନ୍ତ ପାରାଶୁଟ୍ ଯୋଗେ ଓହ୍ଲାଇ ପଡ଼ିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପିଓକେରେ ଅବତରଣ କରିଥିଲେ । ସେତେବେଳକୁ ତାଙ୍କ ନିକଟରେ ରଣନୀତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନକ୍ସା ଓ ଅନେକଗୁଡ଼ିଏ ପ୍ରତିରକ୍ଷା ଦସ୍ତାବିଜ ଥିଲା । ପାରାଶୁଟ୍ରୁ ଓହ୍ଲାଇବା ମାତ୍ରେ ପାକ୍ ସେନା ଓ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଆସୁଥିଲେ । ଜୀବନକୁ ପରୱା ନକରି ସେ ନିଜ ନିକଟରେ ଥିବା ଦେଶର ସୁରକ୍ଷା ସମ୍ପର୍କିତ ସବୁ କାଗଜପତ୍ରକୁ ଚୋବାଇ ଖାଇଯାଇଥିଲେ । ବାକି ଯାହା ଖାଇପାରି ନଥିଲେ ତାକୁ ଅଧା ଚୋବାଇ ଓହ୍ଲାଇବା ପରେ ନିକଟରେ ଥିବା ଏକ ଖାଇ ମଧ୍ୟକୁ ପଶିଯାଇ ସେଗୁଡ଼ିକରେ ପାଣିରେ ଦଳିଚକଟି ନଷ୍ଟ କରିଦେଇଥିଲେ । ଏହା ଏବେ ପାକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛି ।

Comments
Post a Comment