ମାସୁଦ୍କୁ ଲାଡେନ୍ ପରି ମାରିବାକୁ ଯୋଜନା!


ନୂଆଦିଲ୍ଲୀ, ୨୭/୨  : ବର୍ଷ ବର୍ଷ ଧରି ଆତଙ୍କବାଦୀଙ୍କୁ ଆର୍ଥିକ, ସାମରିକ ସହାୟତା ଓ ପ୍ରଶିକ୍ଷଣ ଦେଇ ଆସୁଥିବା ପାକିସ୍ତାନକୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ  । ଏହି ମର୍ମରେ କହିଛନ୍ତି ଯେ, ଯଦି ପାକିସ୍ତାନର ଆବୋଟାବାଦରେ ପଶି ଆତଙ୍କୀ ସଂଗଠନ ଅଲ୍କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନ୍କୁ ଆମେରିକୀୟ ନେଭି ସିଲ୍ କମାଣ୍ଡେ ନିପାତ କରିପାରନ୍ତି ତେବେ ବର୍ତ୍ତମାନ ସମୟରେ କିଛି ଭି ହୋଇପାରେ ଅର୍ଥାତ୍ ପରୋକ୍ଷରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ଜୈଶର ମୁଖ୍ୟ ଅଜହର ମସୁଦ ସମେତ ଅନ୍ୟାନ୍ୟ ଆତଙ୍କବାଦୀ ମୁଖିଆଙ୍କ ବିରୁଦ୍ଧରେ ଭାରତୀୟ ସେନା ସେଭଳି ସାମରିକଙ୍ଖକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଶ୍ରୀ ଜେଟ୍ଲୀ ଚେତାବନୀ ଦେଇଛନ୍ତି  । ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବିରୁଦ୍ଧରେ ଭାରତୀୟ ବାୟୁସେନା ଓ ସ୍ଥଳସେନାର କାର୍ଯ୍ୟାନୁଷ୍ଠାନକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି  । ସେ ଆହୁରି କହିଛନ୍ତି ଯେ, ଦୃଢ଼ ଇଚ୍ଛାଶକ୍ତି ଥିବା ହେତୁ ପାକିସ୍ତାନର ଏବଟାବାଦରେ ଲୁଚି ଥିବା ଓସାମା ବିନ ଲାଡେନକୁ ମାର୍କିନ ସେନା ନିପାତ କରିଥିଲେ  । ଏହି ଦୃଢ଼ ଇଚ୍ଛାଶକ୍ତି ଏବେକାର କେନ୍ଦ୍ର ସରକାରଙ୍କ ନିକଟରେ ଅଛି  । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ  ।

Comments