ୱାଶିଂଟନ,୧୫/୨: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଯେଭଳି ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେଉଛନ୍ତି ସେଥିରେ ବିଶ୍ୱସମୁଦାୟ ପାକିସ୍ତାନର ଆଭିମୁଖ୍ୟକୁ କଠୋର ସମାଲୋଚନା କରୁଛନ୍ତି । ଆମେରିକା ଗଣମାଧ୍ୟମଗୁଡିକ ପାକିସ୍ତାନ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି । ଆମେରିକୀୟ ଗଣମାଧ୍ୟମ ଲେଖିଛନ୍ତି ପାକିସ୍ତାନ ଦୀର୍ଘ ଦିନ ପର୍ଯ୍ୟନ୍ତ ଭାରତର ସଂଯମକୁ ହାଲୁକା ଭାବେ ଗ୍ରହଣ ନକରୁ । ଗଣମାଧ୍ୟମ ଆହୁରି ଲେଖିଛନ୍ତି ପାକିସ୍ତାନ ନିଜ ଗୁଣଯୋଗୁଁ ପୂରା ବିଶ୍ୱ ଲାଗି ଏହା ଅଛୁଆଁ ଦେଶରେ ପରିଣତ ହେବ । ଆମେରିକୀୟ ଗଣମାଧ୍ୟମ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଲେଖିଛି ‘ପୁଲୱାମା ଆକ୍ରମଣ ସତ୍ତେ୍ୱ ମୋଦି ସଂଯମ ଅବଲମ୍ବନ କରୁଛନ୍ତି । ତେବେ ପାକିସ୍ତାନ ମୋଦିଙ୍କ ଏହି ସଂଯମର ପରୀକ୍ଷା ନନେଉ । ଯଦି କିଛି ‘ହରକତ’ ହୋଇଯାଏ ସେତେବେଳେ ପାକିସ୍ତାନ ଆଉ କହିଲେ କେହି ଶୁଣିବେନି । ବିଶ୍ୱ ଲାଗି ପୂର୍ବରୁ ଅଛୁଆଁ ହୋଇଥିବା ପାକିସ୍ତାନ ଆହୁରି ଅଧିକ ଅଛୁଆଁ ହେବ । ଗଣମାଧ୍ୟମ ଚେତାବନୀ ଦେଇ ଲେଖିଛି ଯଦି ପାକିସ୍ତାନ କ୍ରମାଗତ ସୀମାପାରରୁ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଆତଙ୍କବାଦୀଙ୍କୁ ପଠାଇବା ଜାରି ରଖିବ ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାନୁଷ୍ଠାନ ନ୍ୟାୟ ସଂଗତ ହେବ । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଲେଖିଛି ଆତଙ୍କବାଦ ପ୍ରସଙ୍ଗରେ ନୈତିକତାପୂର୍ଣ୍ଣ ବ୍ୟବହାର କରିବା ଲାଗି ଭାରତର ବିଶ୍ୱରେ ସମ୍ମାନଜନକ ସ୍ଥାନ ରହିଛି । ଯଦି ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକରନ୍ତି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକ ଘରିକିଆ କରିବା ଲାଗି ମୋଦି ନେଇଥିବା ସଂକଳ୍ପକୁ ମଧ୍ୟ ଆମେରିକୀୟ ଗଣମାଧ୍ୟମ ସମର୍ଥନ କରିଛନ୍ତି ।

Comments
Post a Comment