ପଥର ଫିଙ୍ଗା; ସେନାର ମାନବାଧିକାର ସୁରକ୍ଷା ପାଇଁ ପିଟିସନ


ନୂଆଦିଲ୍ଲୀ, ୨୫/୨  : କାଶ୍ମୀରରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ସ୍ଥାନୀୟ ବିଚ୍ଛନ୍ନତାବାଦୀମାନେ ପଥରମାଡ଼ କରି ବେଳେବେଳେ ସେମାନଙ୍କୁ ମୃତ୍ୟୁମୁଖରେ ପକାଇଥାନ୍ତି  । ଅନେକ ଯୱାନ ସ୍ଥାୟୀ ରୂପେ ଶାରିରୀକ ବିକଳାଙ୍ଗ ହୋଇଯାଆନ୍ତି  । ଏପରିକି ଅନେକ ଯୱାନ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି  । ଏହି ପରିପ୍ରେକ୍ଷୀରେ କେହି ଯୱାନମାନଙ୍କ ପାଇଁ ମୁହଁ ଖୋଲନ୍ତି ନାହିଁ  । ସମସ୍ତେ ପଥରଫିଙ୍ଗାଳୀଙ୍କ ମାନବାଧିକାର ପାଇଁ ଦାବି କରୁଥିବାବେଳେ ଜମ୍ମୁର ୧୯ ବର୍ଷୀୟ ପ୍ରୀତି କେଦାର ଗୋଖଲେ ଓ ୨୦ ବର୍ଷୀୟା କାଜଲ ମିଶ୍ର ସେନାର ମାନବାଧିକାର ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି  । ଏହାକୁ ବିଚାର ପାଇଁ ଗ୍ରହଣ କରି ପ୍ରଧାନ ବିଚାରତି, କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜମ୍ମୁକାଶ୍ମୀର ସରକାର ଓ କେନ୍ଦ୍ର ମାନବାଧିକାର କମିଶନରଙ୍କୁ ନୋଟିସ ଜାରି କରିଛନତି  । ଉପରୋକ୍ତ ୨ ଆବେଦନକାରୀ ସେନା ଅଧିକାରୀଙ୍କ କନ୍ୟା  ।

Comments