ସାବରିମାଳାରେ ପରମ୍ପରା ଏବଂ ଆସ୍ଥାର ରକ୍ଷା କରିବାକୁ ନେଇ ସଂର୍ଘଷ - ଅଯୋଧ୍ୟା ଆନ୍ଦୋଳନ ସମକକ୍ଷ
ଶାବରୀମାଳା ଭଳି ଭାରତରେ ଥିବା ପ୍ରତ୍ୟେକ ମନ୍ଦିରର ଏକ ନିଜସ୍ୱ ଇତିହାସ ଏବଂ ବିଶିଷ୍ଟ ପରମ୍ପରା ରହିଛି । ଯାହା ଭାରତର ପୂଜ୍ୟ ଋଷି-ମୁନିଙ୍କ ଦ୍ୱାରା ସ୍ଥାପିତ । ଦୀର୍ଘଦିନ ଧରି ହିନ୍ଦୁ ସମାଜ ଏହି ପରମ୍ପରାର ଆଧାରରେ ଶ୍ରଦ୍ଧାରେ ପୂଜାକରି ଆସୁଛି ।
ଗତ କିଛି ବର୍ଷରେ ଦେଖିବାକୁ ମିଳୁଛି କି ହିନ୍ଦୁ ପରମ୍ପରା ପ୍ରତି ସମାଜରେ ଅଶ୍ରଦ୍ଧା ଏବଂ ଅବିଶ୍ୱାସ ନିର୍ମାଣ କରାଯାଇ ଏହାକୁ ଅପମାନିତ ଏବଂ କଳଂକିତ କରିବାର କୁପ୍ରୟାସ କରାଯାଉଛି , ଦକ୍ଷିଣ ଭାରତର ଶାବରୀମାଳା ମନ୍ଦିର ଏହାର ସଦ୍ୟ ଉଦାହରଣ । କେବେ ପର୍ଯ୍ୟାବରଣ ନାମରେ ତ କେବେ ଆଧୁନିକତାର ନାଁରେ ଏପରି ବିବାଦ ଜାଣିଶୁଣି ଉଠାଯାଉଛି ଏବଂ ହିନ୍ଦୁ ପରମ୍ପରା ପ୍ରତି ସମାଜରେ ଅଶ୍ରଦ୍ଧା ଏବଂ ଅବିଶ୍ୱାସ ନିର୍ମାଣ କରି ସମାଜକୁ ବଦନାମ କରାଯାଉଛି ଯେତେବେଳେ କି ହିନ୍ଦୁ ସମାଜ କ୍ରାନ୍ତିଧର୍ମ ଅଟେ ଯାହା ଆବଶ୍ୟକତା ଅନୁସାରେ ନିଜ ଗୁଣ-ଦୋଷଗୁଡିକୁ ସ୍ୱୟଂ ପରିମାର୍ଜିତ କରିଥାଏ ।
ସନ ୧୯୫୦ରେ ଶାବରୀମାଳ ମନ୍ଦିରରେ ଖ୍ରୀଷ୍ଟଧର୍ମାଲମ୍ବିଙ୍କ ଦ୍ୱାରା ନିଆଁ ଲଗାଗଲା ଏବଂ ବିଗ୍ରହ ଭାଙ୍ଗି ଦିଆଗଲା, ୧୯୮୨ ରେ ମନ୍ଦିର ଜମିରେ କ୍ରସ ପୋତାଗଲା ଏବଂ ବର୍ତମାନ ହଜାର ହଜାର ମୁସଲମାନ ମହିଳାମାନେ ‘ ମହିଳା ପ୍ରାଚୀର’ ଶାବରୀମାଳ ବିରୋଧରେ ନିର୍ମାଣ କରୁଛନ୍ତି । ଏ ସମସ୍ତ ପ୍ରକାରର ଉଦାହରଣ ଏ ଷଡଯନ୍ତ୍ରର ବ୍ୟାପକତା କୁ ଦର୍ଶାଉଛି । ଏଠାରେ ନ୍ୟାୟପାଳିକାର ଆଢୁଆଳରେ କେରଳ ସରକାର ଭଗବାନ ଆୟପା ଭକ୍ତଙ୍କ ଉପରେ ଦମନଲୀଳା ଚାଲୁରଖିଛି । ଯେଉଁ କାରଣରୁ ୫ ଜଣ ଭକ୍ତଙ୍କ ଜୀବନ ଯାଇଛି, ଶହ ଶହ ସଂଖ୍ୟାରେ ଭକ୍ତ ଗିରଫ ହେଲେ ୫୦୦୦ ପ୍ରକରଣ ମାଧ୍ୟମରେ ହରାହାରି ୧୫,୦୦୦ ଭକ୍ତଙ୍କୁ ଗିରଫ କରାଯିବାର ଷଡଯନ୍ତ୍ର ରଚା ଯାଇଛି । ଲକ୍ଷ ଲକ୍ଷ ଆୟାପ୍ପା ଭକ୍ତମାନେ ମାନବ ଶୃଙ୍ଖଳ କରି ଏବଂ ଅନ୍ୟ ପ୍ରକାର ପ୍ରଦର୍ଶନ ମାଧ୍ୟମରେ ମନ୍ଦିରର ପୁରାତନ ପରମ୍ପରା ବଜାୟ ରଖିବା ପାଇଁ ସଂର୍ଘଷ କଲେ, କିନ୍ତୁ କେରଳ ସରକାର ଦ୍ୱାରା ଷଡଯନ୍ତ୍ର ପୂର୍ବକ ଏହାର ଅପମାନ କରିବା ପାଇଁ ଯେଉଁମାନଙ୍କ ଶ୍ରଦ୍ଧା ନାହିଁ, ସେମାନଙ୍କୁୂ ରାତାରାତି ବେଶ ବଦଳାଇ ଜବରଦସ୍ତ ବା ଛଳନା ପୂର୍ବକ ଦର୍ଶନ କରାଇଛନ୍ତି ।
ଭାରତର ସନ୍ଥ ସମାଜ ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ବିଶେଷ କରି ହିନ୍ଦୁ ମହିଳାମାନଙ୍କୁ, ଏନ.ଏସ.ଏସ, କେ.ପିଏସ, ଏସ.ଏନ.ଡି.ପି. ଆର୍ଯ୍ୟ ସମାଜ, ପିପୁଲ ଅଫ୍ ଧର୍ମା ତଥା ଅନ୍ୟ ଭଗବାନ୍ ଆୟାପ୍ପାଙ୍କ ଭକ୍ତଙ୍କ ଉପରେ ଦମନଲୀଳା ଜାରୀ ରଖିଛନ୍ତି , ଧର୍ମସଂସଦର ଏହା ଅଭିମତ୍ ଯେ ନ୍ୟାୟପାଳିକା ତଥା ସରକାରଙ୍କୁ ହିନ୍ଦୁ ପରମ୍ପରା ଏବଂ ମାନ୍ୟତାକୁ ପାଳନ କ୍ଷେତ୍ରରେ ହସ୍ତକ୍ଷେପରୁ ଦୂର ରହିବା ଦରକାର । ଧର୍ମସଂସଦ କେରଳର ବାମପନ୍ଥୀ ସରକାରଙ୍କ ଏହି ଦମନଲୀଳାକୁ ଘୋର ଭର୍ସନା କରୁଛି ଏବଂ ହିନ୍ଦୁ ସମାଜକୁ ଆହ୍ୱାନ କରେ କି ଏହି ଦମନଲୀଳା ବିରୋଧରେ ରାଷ୍ଟ୍ରବ୍ୟାପୀ ଅଭିଯାନ ଜାରି ରହୁ ଦେଶର ସଂପୂର୍ଣ୍ଣ ହିନ୍ଦୁ ସମାଜରୁ ଏହି ଅପିଲ କରାଯାଏ କି ଏହି ଜନ ଜାଗରଣ ଆନ୍ଦୋଳନର କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହୁଅନ୍ତୁ ।
ପ୍ରସ୍ତାବକ : ସ୍ୱାମୀ ପରମାତ୍ମା ନନ୍ଦ
ଅନୁମୋଦକ : ସ୍ୱାମୀ ଆୟାପା ଦାସ
୩୧ ଜାନୁଆରୀ ୨୦୧୯, ପ୍ରୟାଗରାଜ
Comments
Post a Comment