କଟକ, ୨୭/୨ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି) କଟକ ଶାଖା ପକ୍ଷରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାର ତଦନ୍ତ ଦାବି କରି ସାଇବର ଥାନାରେ ଅଭିଯୋଗ କରାଯାଇଛି । ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟର ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସବୁ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବାଦ୍ୱାରା ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ବୋର୍ଡ ଏବଂ ଗଣଶିକ୍ଷା ବିଭାଗର ଅପାରଗତା ଯୋଗୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଏବିଭିପି ଅଭିଯୋଗ କରିଛି । ଏହି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ବୋର୍ଡ ଅଧ୍ୟକ୍ଷା ଡ଼ ଜାହାନ ଆରା ବେଗମଙ୍କୁ ଦାୟୀ କରି ଏବିଭିପି ପକ୍ଷରୁ ଆଜି ସାଇବର ଥାନାରେ ଅଭିଯୋଗପତ୍ର ଦାଖଲ କରାଯାଇଛି । ଦୋଷୀମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବିଭିପି ଦାବି କରିଛି । ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ସୋନାଲି ବେହେରାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ପଣ୍ଡା, ନଗର ସମ୍ପାଦକ ଅରବିନ୍ଦ ପଣ୍ଡା, ଜିଲ୍ଲା ସଙ୍ଗଠକ ସମ୍ପାଦକ ଚିରୀବ ନାୟକ, ଅଂଶୁମାନ ଦାସ, ବନ୍ଦନା ସାଇପ୍ରିୟା, ପ୍ରଦୀପ ପ୍ରଧାନ, ଇତିଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ, ରଶ୍ମିତା ରଥ, ଲୋକନାଥ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment