ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି
କାଳିଆ ଯୋଜନାରେ ସବୁ ସା୍ଥନରେ ଲାଗିଛି ବଡ ବଡ ବେଆଇନ ହୋଡିଂ
ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ କାଳିଆ ଯୋଜନା ଭଳି ସରକାରୀ ଯୋଜନାର ପ୍ରଚାର ହେବା ବେଆଇନ
ଭୁୁବନେଶ୍ୱର, ତା ୨୮/୦୩: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ବିଜୁଜନତା ଦଳର ଭିତିରି ସଂପର୍କ ରହିଛି । ନିର୍ବାଚନର ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ବି ପୁରୀରେ ବିନା ଅନୁମତିରେ ବେଆଇନ ଭାବେ କାଳିଆ ପ୍ରଚାର ଗାଡି ବୁଲୁଛି । ସେହିପରି କାଠଯୋଡି ବ୍ରିଜ ପାଖରେ ୧୦୦ ଫୁଟର ହୋଡିଂ ଲାଗିଛି । ବାରମ୍ବାର ଅଭିଯୋଗ ପରେ ବି ନିର୍ବାଚନ ଅଧିକାରୀ ଶାସକ ବିଜେଡି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କାଳିଆ ଯୋଜନା ପ୍ରଚାର ଗାଡି ଏବଂ ଶାସକ ବିଜେଡି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ଏଥି ସହ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିପରେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ଆଗରେ ଦଳ ଦାବି କରିଛି ।
କାଳିଆ ଯୋଜନାରେ ବଡ ବଡ ହୋଡିଂ ଲଗାଯାଇଛି । କାଠଯୋଡି ବ୍ରିଜ ଉପରେ ୧୦୦ ଫୁଟର କାଳିଆ ହୋଡିଂ ଲାଗିଛି । ପୁରୀ ରେ କାଳିଆ ଭ୍ୟାନ (ନମ୍ବର –ଐଜ ୬୭ ଉ - ୪୨୭୧) ବୁଲୁଛି । ଗାଡିକୁ ତୁରନ୍ତ ଜବତ କରିବା ସହ ବିନା ଅନୁମତିରେ ଏଭଳି ଗାଡି ବୁଲି ଶାସକ ବିଜେଡିର ପ୍ରଚାର କରୁଥିବାରୁ ତୁରନ୍ତ ଏହା ଉପରେ ରୋକ ଲଗାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ଓ ଜୀବନ ସାହୁ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ , ଆଇନଜୀବୀ ରବିଶଙ୍କର ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Comments
Post a Comment