ରିଲିଜ ହେଲା ନିର୍ବାଚନୀ ଭିଡିଓ,ପୋଷ୍ଟର ଏବଂ ପ୍ରଚାର ଗାଡି
ଭୁୁବନେଶ୍ୱର, ତା.୨୮/୦୩: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାର ଗାଡି, ନିର୍ବାଚନୀ ପ୍ରଚାର ସଂଗୀତ ଏବଂ ନିର୍ବାଚନୀ ପୋଷ୍ଟର ଶୁଭାରମ୍ଭ ହୋଇଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି, ପୋଷ୍ଟର ରିଲିଜ ସହ ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି । ଫିର ଏକ ବାର ମୋଦୀ ସରକାର ଏବଂ ରାଜ୍ୟରେ ସରକାର ବଦଳିବା ଦରକାର ନାରାରେ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ‘ମୋଦି ରଙ୍ଗ ଲାଗିଲା ବିକାଶର ରଙ୍ଗ ଲାଗିଲା’, ‘ନୂଆ ଆଶା ପୂରା ଭରସା ମୋଦୀଙ୍କ ସାଥେ ନୂଆ ଓଡିଶା’, ‘ଭୋଟ ଦେମା ଆମେ ପଦମ ଫୁଲେ’, ଆଦି ଅନେକ ନିର୍ବାଚନ ସଂଗୀତର ଭିଡିଓକୁ ଉନ୍ନୋଚନ କରାଯାଇ ପ୍ରଦର୍ଶିତ କରାଯାଇଥିଲା । ସେହିପରି ନିର୍ବାଚନୀ ଡିଜିଟାଲ ପ୍ରଚାର ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ହୋଇଥିବା ବିକାଶକୁ ପ୍ରଦର୍ଶିତ କରାଯିବ । ଏହି ପ୍ରଚାର ଗାଡି ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଦେଶରେ ଆଉଥରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ପ୍ରଚାର କରିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁ୍ଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବରିଷ୍ଠ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଡା.ଦାମୋଦର ରାଉତ, ଶ୍ରୀ ବିଜୟ ମହାପାତ୍ରଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ନିର୍ବାଚନୀ ସଂଗୀତର ଅଡିଓ ଓ ଭିଡିଓ ସିଡି ରିଲିଜ, ପୋଷ୍ଟର ରିଲିଜ ଏବଂ ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ନିର୍ବଚନୀ ସଂଗୀତ ଏବଂ ପୋଷ୍ଟର ରିଲିଜ ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ, ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ସିନେ ଅଭିନେତ୍ରୀ ଅନୁ ଚୈଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment