ନୂଆଦିଲ୍ଲୀ, ୨୮/୩ : ଆମେରିକାର ଉପ ପ୍ରତିରକ୍ଷା ସଚିବ ରାଣ୍ଡେଲ ସ୍କ୍ରିଭର କହିଛନ୍ତି ଯେ ଆମେରିକା ଭାରତକୁ ରୁଷିଆର ଏସ୍-୪୦୦ ସ୍ଥାନରେ ବିକଳ୍ପ ମିସାଇଲ୍ ପ୍ରତିରୋଧକ ବ୍ୟବସ୍ଥା ଦେବାକୁ ବିଚାର କରୁଛି । ୱାଶିଂଟନ ଠାରେ ବୁଧବାର ସଶସ୍ତ୍ର ସେନା କମିଟିର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି । ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଆମର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଇଣ୍ଡୋ ପେସିଫିକ୍ କମାଣ୍ଡ ଫିଲିପ ଡାଭିଡସନ କହିଛନ୍ତି । ପେଣ୍ଟାଗନ ଭାରତକୁ ଏସ୍-୪୦୦ର ବିକଳ୍ପ ଭାବେ ଲକ୍ହିଡ୍ ମାର୍ଟିନ ଦ୍ୱାରା ନିର୍ମିତ ଥାଡ (ଥର୍ମାଲ୍ ହାଇ ଅଲଟିଚ୍ୟୁଡ୍ ଏରିଆ ଡିଫେନ୍ସ) କିମ୍ବା ରେଦିୟନ କମ୍ପାନୀର ପାଟ୍ରିୟଟ ସିଷ୍ଟମ ଦେବାକୁ ଆମେରିକା ଚିନ୍ତା କରୁଛି । ୧୯୮୭ରୁ ଲକ୍ହିଡ୍ ମାର୍ଟିନ ଥାଡ୍ ବ୍ୟବସ୍ଥା ନିର୍ମାଣ କରିଛି । ଏହାର ଗୋଟିଏ ୟୁନିଟ୍ର ଓଜନ ୯୦୦ କିଲୋ, ଲମ୍ବ ୬.୧୭ ମିଟର, ନୋଜଲ ଡାଏମିଟର ୩୪ ସେ.ମି. । ଏଥିରେ ପ୍ରାଟ୍ ଆଣ୍ଡ ହ୍ୱିଟନି କଠିନ ଇନ୍ଧନ ବ୍ୟବହୃତ ହୁଏ । ଏହା ୨୦୦ କି.ମି. ପରିଧି ମଧ୍ୟରେ ଶତ୍ରୁଦେଶର କ୍ଷେପଣାସ୍ତ୍ର, ଯୁଦ୍ଧବିମାନ, ୟୁଏଭି ଓ ଡ୍ରୋନକୁ ଠାବ କରି ଧ୍ୱଂସ କରିଥାଏ । ଏଥିରେ ଇଣ୍ଡିୟମ୍-ଆଣ୍ଟି ମୋନାଇଡ୍ ଇମେଜିଂ ଇନ୍ଫ୍ରାରେଡ୍ ବ୍ୟବସ୍ଥା ରହିଛି । ଏହା ଶତ୍ରୁର ଯେକୌଣସି ଇଞ୍ଜିନ ତାପ ବିକିରଣ କଲେ ତାକୁ ସହଜରେ ଠାବ କରି ଧ୍ୱଂସ କରିବା ସହ ଏଥିରେ ଥିବା ଉନ୍ନତ ରାଡାର ବ୍ୟବସ୍ଥା ଶତ୍ରୁ ପକ୍ଷର ଟ୍ୟାଙ୍କ୍, ଯୁଦ୍ଧ ବିମାନ ଏଭଳିକି ଏୟାରକ୍ରାଫ୍ଟ କ୍ୟାରିୟରଗୁଡ଼ିକୁ ମଧ୍ୟ ଠାବ କରିପାରେ । ସବୁଠାରୁ ବଡ଼ କଥା ହେଉଛି ଏହା ପାରମ୍ପରିକ ଯୁଦ୍ଧାସ୍ତ୍ର, ରାସାୟନିକ ଯୁଦ୍ଧାସ୍ତ୍ର ଓ ଯେ କୌଣସି ଯୁଦ୍ଧାସ୍ତ୍ରକୁ ମଧ୍ୟ ନଷ୍ଟ କରିପାରେ । ଆମେରିକା ଏହାକୁ ହାଇତି ଦ୍ୱୀପରେ ମୁତୟନ କରିଥିବାବେଳେ ଏହାର ପ୍ରମୁଖ ସହର ଓ ସହଯୋଗୀ ରାଷ୍ଟ୍ର ଜାପାନ ଏବଂ ଦକ୍ଷିଣ କୋରିଆରେ ମୁତୟନ କରିଛି । ସେହିପରି ରେଦିୟନ କମ୍ପାନୀର ଏମ୍ଆଇଏମ୍-୧୦୪ ପାଟ୍ରିୟଟ୍ ବ୍ୟବସ୍ଥା ୧୯୮୧ରେ ନିର୍ମିତ ହୋଇ କାମ କରୁଛି । ଇରାକ ଯୁଦ୍ଧ ସମୟରେ ଏହାକୁ ଉପଯୋଗ କରାଯାଇଥିଲା । ଇସ୍ରାଏଲ୍ରେ ମଧ୍ୟ ଆମେରିକା ଏହାକୁ ମୁତୟନ କରିଛି । ଏହାର ଗୋଟିଏ ୟୁନିଟ୍ର ଦାମ୍ ପ୍ରାୟ ଅଢ଼େଇ ନିୟୁତ ଡଲାର । ପାଟ୍ରିୟଟ୍ ବ୍ୟବସ୍ଥା ନେଦରଲାଣ୍ଡ, ପୋଲାଣ୍ଡ, ଜର୍ମାନୀ, ସାଉଦି ଆରବ, କୁଏତ, ତାଇୱାନ, ଗ୍ରୀସ୍, ୟୁଏଇ, କାତାର, ରୋମାନିଆ ଓ ଦକ୍ଷିଣ କୋରିଆରେ ମୁତୟନ ହୋଇଛି । ୨୦୧୨ ଡିସେମ୍ବର ୪ରୁ ନାଟୋ ସଦସ୍ୟମାନେ ଆମେରିକା ଠାରୁ ଏହି ବ୍ୟବସ୍ଥା ନେଇ ନିଜ ନିଜ ଦେଶରେ ମୁତୟନ କରିଛନ୍ତି । ଏଥିରେ ଏମ୍ଆଇଏମ୍-୨୩ ହକ୍ କ୍ଷେପଣାସ୍ତ୍ର ବ୍ୟବହୃତ ହୁଏ । ଏହା ଉଭୟ ଜଳ, ସ୍ଥଳ ଓ ଆକାଶମାର୍ଗରୁ ନିକ୍ଷେପ କରାଯାଇପାରେ । ଏଥିରେ ଏଏନ୍ଏମ୍ପିକ୍ୟୁ ରାଡାର ବ୍ୟବସ୍ଥା ରହିଛି । କିନ୍ତୁ ରେଦିୟନ ଅପେକ୍ଷା ଲକ୍ହିଡ୍ ଦ୍ୱାରା ନିର୍ମିତ ଥାଡ୍ ବ୍ୟବସ୍ଥା ଅଧିକ ଦକ୍ଷ ଓ ପାରଦର୍ଶୀ । କିନ୍ତୁ ରୁଷିଆର ଏସ୍-୪୦୦ର ଲକ୍ଷ୍ୟଭେଦୀ କ୍ଷମତା ୪ଶହ କି.ମି. ହୋଇଥିବା ବେଳେ ଥାଡ୍ର ଲକ୍ଷ୍ୟଭେଦୀ କ୍ଷମତା ଏହାଠାରୁ୨ ଶହ କି.ମି କମ୍ । ଏହାଛଡ଼ା ଏସ୍-୪୦୦ ଏକକାଳୀନ ୮ଟି ଟାର୍ଟେଟ୍କୁ ଧ୍ୱଂସ କରିପାରେ । ଏପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ମଧ୍ୟରୁ ଏସ୍-୪୦୦ ସବୁଠାରୁ ସଫଳ ପ୍ରମାଣିତ ହୋଇଛି

Comments
Post a Comment