ଘଷିପୁରାର ଲୋକପ୍ରିୟ ରାଜନେତା ତଥା ସମାଜସେବୀ ସ୍ୱର୍ଗତଃ ରାମ ବେହେରାଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ
ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଏବଂ ବିଜେଡି ନେତାଙ୍କୁ ତୁରନ୍ତ ଗିରଫ କରାଯାଉ :ବିଜେପି
ଭୁୁବନେଶ୍ୱର, ତା.୨୭/୦୩: ୨୦୧୯ ସାଧାରଣ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଘଷିପୁରାର ବାହୁବଳୀ ବିଧାୟକ ନିଜର ଟିକେଟ ଅସୁରକ୍ଷିତ ହେବା ଜାଣି ହତ୍ୟାକାଣ୍ଡ କରିବାକୁ ବି ପଛେଇନାହାଁନ୍ତି । ତୃତୀୟ ମହଳାର ଦକ୍ଷିଣୀ ବାବୁଙ୍କ ନିର୍ଦ୍ଦେଶରେ ସଂପୂର୍ଣ୍ଣ ଦକ୍ଷିଣୀ ଷ୍ଟାଇଲରେ କଟୁରୀରେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛନ୍ତି । ଗତ ସୋମବାର ୨୫ ତାରିଖ ରାତିରେ ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଆନନ୍ଦପୁରର ବ୍ଲକ ଚେୟାରମ୍ୟାନ ସ୍ୱର୍ଗତଃ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କ ଘର ସାମନାରେ ଅତି ବୀଭତ୍ସ ଭାବେ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଏହି ହତ୍ୟାକାଣ୍ଡରେ ଶାସକ ବିଜେଡି ଦଳର ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁ୍ଅ ଏବଂ କିଛି ବିଜେଡି କର୍ମୀଙ୍କ ସଂପୃକ୍ତି ରହିଛି । ଏଣୁ ତୁରନ୍ତ ଦୋଷୀଙ୍କୁ ଗିର‘ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ କୁଅଁର ଦାବି କରିଛନ୍ତି ।
ଶ୍ରୀ କୁଅଁର କହିଛନ୍ତି ଯେ, ରାମଚନ୍ଦ୍ର ବେହେରାଙ୍କୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପୃଷ୍ଟିଙ୍କ ସ୍ୱାମୀ ରଣଜିତ ପୃଷ୍ଟି ଓ ସ୍ଥାନୀୟ ବିଜୁ ଯୁବ ବାହୀନିର ମୁଖିଆର ସଞ୍ଜୀବ ପୃଷ୍ଟି ଓର‘ ଟିଲୁ ଏବଂ ତାଙ୍କର ସହଯୋଗୀ ହତ୍ୟା କରିଛନ୍ତି । ଏମାନେ ସମସ୍ତେ ସ୍ଥାନୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ ଏକାନ୍ତ ନିଜର । ଆଖି ଆଗରେ ବାପାଙ୍କ ହତ୍ୟା ଦେଖି ମ୍ରିୟମାଣ ହୋଇପଡିଥିବା ଝିଅ ମୀନାରାଣୀ ବେହେରା ଯେଭଳି ଭାବରେ ମିଡିଆ ସାମନାରେ ତଥା ପୁଲିସ ଏତଲାରେ ଏହିଭଳି ସଙ୍ଗୀନ ଆରୋପ ଲଗାଇଛନ୍ତି ତେଣୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିର‘ କରିବା ପାଇଁ ଆମେ ଦାବି କରୁଛୁ ।
ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର ଓର‘ ବୁଟୁଲୁ କିଭଳି ଭାବେ ହତ୍ୟାକାରୀମାନଙ୍କ ସହିତ ନିବିଡ ସମ୍ପର୍କ ରହିଛି ତାହା ଏହି ‘ଟୋମାନଙ୍କରେ ପ୍ରମାଣ କରୁଛି । ଏଠାରେ ଆମେ କହି ପ୍ରକାଶ କରୁଛୁ ଯେ ସ୍ୱର୍ଗତ ରାମଚନ୍ଦ୍ର ବେହେରା ମଧ୍ୟ ବିଜେଡି ଦଳର ୨୦୧୯ ପାଇଁ ଜଣେ ଆଶାୟୀ ପ୍ରାର୍ଥୀ ଭାବେ ୨୬ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେବାକୁ ଚାହୁଁଥିଲେ । ତେଣୁ ଏଭଳି ଏକ ହତ୍ୟାକାଣ୍ଡର ସମ୍ପୂର୍ଣ ପର୍ଦା‘ାଶ କରିବାକୁ ହେଲେ ମନ୍ତ୍ରୀଙ୍କ ପୁଅ ଏବଂ ଆସାମୀମାନଙ୍କର ଟେଲିେ‘ାନ କଲ ଯାଂଚ କଲେ ନିଶ୍ଚିତ ଭାବରେ ହତ୍ୟାକାଣ୍ଡର ଅଚଲ ଚେହେରା ପଦାକୁ ଆସିବ । ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରଣଜିତ ବେହେରା ଏବଂ ତାଙ୍କର ଅନ୍ୟାନ୍ୟ ସହଯୋଗୀମାନଙ୍କୁ ଶୀଘ୍ର ଗିର‘ କରିବା ପାଇଁ ଶ୍ରୀ କୁଅଁର ଦାବି କରିଛନ୍ତି ।
ଘଷିପୁରା ଅଂଚଳରେ ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ କରିବା ପାଇଁ ଅତି ଶୀଘ୍ର ନିବାଚନ କମିଶନ ଏବଂ ପୋଲିସ ଡିଜିଙ୍କୁ ଭେଟି ଏ ଘଟଣା ସଂପର୍କରେ ଜଣାଇବେ ବୋଲି ଶ୍ରୀ କୁଅଁର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

Comments
Post a Comment