୨୦୧୭ ଜାନୁଆରୀରୁ ୧୮ ଜାନୁଆରୀ ମ୍ମରେ ବହୁଚର୍ଚ୍ଚିତ ୫୦ ଗଣଦୁଷ୍କର୍ମର ତାଲିକା ଜାରି କଲା ବିଜେପି
୍ଡ ୧୯ ବର୍ଷ ଶାସନରେ ରାଜ୍ୟରେ ମହିଳାଙ୍କ ସମ୍ମାନ, ସୁରକ୍ଷା, ବିକାଶ ତଥା ପ୍ରଗତିରେ ଭାଗିଦାରୀର ଦୟନୀୟ ସ୍ଥିତି ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ରସାତଳଗାମୀ ହୋଇଛି
୍ଡ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ୧୨ ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି ।
୍ଡ ୨୦୧୭-୧୮ ବର୍ଷରେ ୪୪୫ ଅନୁସୂଚିତ ଜାତି ଓ ଜନଜାତିର ମହିଳା ଦୁଷ୍କର୍ମର ଶୀକାର ହୋଇଛନ୍ତି
୍ଡ ମହିଳାଙ୍କୁ ଅସଦାଚାରଣ ମାମଲାରେ ଓଡିଶା ଦେଶରେ ୧ ନମ୍ବର, ମହିଳା ବିରୋଧୀ ଧର୍ତବ୍ୟ ଅପରାଧରେ ୩ ନମ୍ବର
୍ଡ ମାତୃ ମୃତ୍ୟୁହାରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି । ନବଜାତକ ମୃତ୍ୟୁରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ଅଛି । ଶିଶୁ ମୃତ୍ୟୁହାରରେ ଦେଶରେ ଓଡିଶା ଦ୍ୱିତୀୟ ସ୍ଥାନରେ ଅଛି
୍ଡ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶିକାର
୍ଡ ଏହା ସବୁ ପରେ ମୁଖ୍ୟମନ୍ତ୍ରୀ ବେଲଜ୍ଜ୍ୟା ଭାବେ ପଚାରୁଛନ୍ତି ଆପଣମାନେ ଖୁସି ତ ?
ଭୁୁବନେଶ୍ୱର, ତା.୨୬/୦୩: ବିଜେଡି ୩୩ ପ୍ରତିଶତ ଲୋକସଭା ଆସନରେ ମହିଳାଙ୍କୁ ନିର୍ବାଚନ ଲଢାଉଥିବା ଦାବି କରୁଥିବା ବେଳେ ୧୯ ବର୍ଷ ଶାସନରେ ରାଜ୍ୟର ମହିଳା ମାନଙ୍କ ସ୍ଥିତି କାହିଁକି ଦୟନୀୟ ରହିଛି ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତ ସିଂହାର କହିଛନ୍ତି ଯେ, ଲୋକସଭାରେ ସାଙ୍କେତିକ ୩୩ ପ୍ରତିଶତ ମାତ୍ର ବିଧାନସଭାରେ କାହିଁକି ନାହିଁ ଏହା ଓଡିଆ ଲୋକ ପ୍ରଶ୍ନ ପଚାରୁଥିବା ବେଳେ ଏହାଠୁ ଆହୁରି ବଡ ସମସ୍ୟା ୧୯ ବର୍ଷ ଶାସନରେ ରାଜ୍୍ୟରେ ମହିଳାଙ୍କ ସମ୍ମାନ, ସୁରକ୍ଷା, ବିକାଶ ଓ ପ୍ରଗତିରେ ଭାଗିଦାରୀ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ବେଦନହୀନତା କାରଣରୁ ରସାତଳଗାମୀ ହୋଇଛି । ଏଥିପାଇଁ ରାଜ୍ୟର ମହିଳା ଓ ପ୍ରତ୍ୟେକ ସମ୍ବେଦନଶୀଳ ଓଡିଶାବାସୀ ୧୯ ବର୍ଷ ବହୁତ ହୋଇଗଲା ରାଜ୍ୟ ସରକାର ବଦଳିବା ଦରକାର, ଏହି ସ୍ୱରରେ ସ୍ୱର ମିଳାଇ ପରିବର୍ତନ ଅଭିଯାନରେ ସାମିଲ ହୋଇଛନ୍ତି ।
ସମାଜର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ଆଦିବାସୀ ଝିଅ ମାନଙ୍କସହ ରାଜ୍ୟ ସରକାର ଧକ୍କା କରିଛି । ରାଜ୍ୟ ସରକାର ଖୋଦ୍ ବିଧାନସଭାରେ ସ୍ୱାକୀର କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ୧୨ ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି । ୨୦୧୭-୧୮ ବର୍ଷରେ ୪୪୫ ଅନୁସୂଚିତ ଜାତି ଓ ଜନଜାତିର ମହିଳା ଦୁଷ୍କର୍ମର ଶୀକାର ହୋଇଥିବା ରାଜ୍ୟ ସରକାର ବିଧାନସଭାରେ ଲିଖିତ ଉତର ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୀଳତାକୁ ସ୍ପର୍ଶ କରିବାକୁ କାହିଁକି ବି‘ଳ ହୋଇଛି ?
ସରକାରୀ ତଥ୍ୟ ଅନୁସାରେ ସାରା ଦେଶରେ ମହିଳାଙ୍କୁ ଅସଦାଚାରଣ ମାମଲାରେ ଓଡିଶା ଦେଶର ୧ ନମ୍ବର ସ୍ଥାନରେ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଥିବା ସର୍ବଶେଷ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋ ରିପୋର୍ଟ ଅନୁସାରେ ସାରା ଦେଶରେ ଏହି ହାର ୧୩.୬ ଥିବା ବେଳେ ଓଡିଶାରେ ଏହା ୩୧.୧ ହୋଇଛି ।
ସେହିଭଳି ମହିଳାଙ୍କ ବିରୋଧରେ ଧର୍ତବ୍ୟ ଅପରାଧ ମାମଲାରେ ଓଡିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ଦେଶରେ ଏହା ୫୫.୨ ଥିବାବେଳେ ଓଡିଶାର ୮୪.୫ ରହିଛି । ଏହି ତଥ୍ୟ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ଏହା କୌଣସି ମନଗଢା ଅଭିଯୋଗ ନୁହେଁ ।
ଧର୍ଷଣ ମାମଲାରେ ଗତ କିଛି ବର୍ଷ ମଧ୍ୟରେ ଓଡିଶା ରେକର୍ଡ କରିଛି । ଏହି ଦୁଷ୍କର୍ମ ଓ ଗଣଦୁର୍ଷ୍କମରେ ନାବାଳିକାମାନେ ଅଧିକ ମାତ୍ରାରେ ଶୀକାର ହୋଇଛନ୍ତି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ହାର ୬୩ ପ୍ରତିଶତରୁ ଅଧିକ ରହିଛି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଦୁଷ୍କର୍ମକାରୀଙ୍କୁ ମନ୍ତ୍ରୀମାନେ ସୁରକ୍ଷା ଦେବା ରାଜ୍ୟର ଗଣମାଧ୍ୟମର ଶୀରୋନାମା ହୋଇଥିଲା । ଯାଜପୁର ଜିଲ୍ଲାରେ ଗରିବଙ୍କ ପକ୍କା ଘର ଦେବାକୁ କହି ନବୀନଙ୍କ ପ୍ରିୟ ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ସମର୍ଥକଙ୍କ ଦ୍ୱାରା ବିଜେଡି କାର୍ଯ୍ୟାଳୟରରେ ମହିଳାଙ୍କୁ ଦୁଷ୍କର୍ମ ଗଣମାଧ୍ୟମର ଶୀରୋନାମା ହୋଇଥିଲା । ସେହି ବିଧାୟକଙ୍କ ଦ୍ୱାରା ମହିଳା କମିଶନ ସଦସ୍ୟା ତିଳୋତମା ନାୟକଙ୍କୁ ଦୁର୍ବ୍ୟବହାର ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ।
ଜାନୁଆରୀ ୧୮ ରୁ ଜାନୁଆରୀ ୧୯ ମଧ୍ୟରେ ରାଜ୍ୟରେ ଘଟିଥିବା ଓ ଗଣମାଧ୍ୟମରେ ବହୁଚର୍ଚ୍ଚିତ ୫୦ଟି ମାମଲାର ତାଲିକା ପ୍ରକାଶ କରିଛନ୍ତି । ଏହି ୫୦ଟି ପରିବାରକୁ ମହିଳା ସମ୍ମାନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ କଣ କହିବେ ଆପଣମାନେ ଖୁସି ତ? ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ମହିଳାଙ୍କୁ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍୍ୟର ମହିଳା ଓ ଶିଶୁଙ୍କ ପୁଷ୍ଟି, ରକ୍ତହୀନତା, ଉଚ୍ଚତା ଓ ଓଜନକୁ ନେଇ କଟ୍ଟୁ ସମାଲୋଚନା କରିଛନ୍ତି ଡ. ଲେଖାଶ୍ରୀ । ସେ କହିଛନ୍ତି ମାତୃ ମୃତ୍ୟୁହାରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି । ନବଜାତକ ମୃତ୍ୟୁରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ଅଛି । ଶିଶୁ ମୃତ୍ୟୁହାରରେ ଦେଶରେ ଓଡିଶା ଦ୍ୱୀତିୟ ସ୍ଥାନରେ ଅଛି । ଏହା କଣ ୧୯ ବର୍ଷର ମହିଳାଙ୍କୁ ସମ୍ମାନ ?
ରାଜ୍ୟର ୨୦ଟି ଜିଲ୍ଲାର ପିଲାମାନଙ୍କର ସ୍ଥିତି ଆ‘୍ରିକୀୟ ଦେଶ ମାନଙ୍କଠୁ ଉଦବେଗଜନକ ରହିଛି । ଏହି ୨୦ଟି ଜିଲ୍ଲା ମାନଙ୍କ ମଧ୍ୟରୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୪୦ ପ୍ରତିଶତରୁ ଉଦ୍ଧ୍ୱର୍ ଶିଶୁ ବୟସ ତୁଳନାରେ କମ ଉଚ୍ଚତା ଓ ଓଜନର ଶୀକାର ହେବା ‘ଛରେ ଅପପୃଷ୍ଟି ହିଁ ମୁଖ୍ୟ କାରଣ । ରାଜ୍ୟର ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶୀକାର ହୋଇଛନ୍ତି ।
ରାଜ୍ୟରେ ମହିଳା ମାନେ ଅଟୋରେ, ଖଟରେ ବୁହାହୋଇ ରାସ୍ତାରେ ପ୍ରସବ କରିବା ଏକ ସାଧାରଣ ଘଟଣା । ଏହା କଣ ନବୀନ ପଟ୍ଟନାୟକଙ୍କର ମହିଳାଙ୍କୁ ସମ୍ମାନ ବୋଲି ଡ. ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
Comments
Post a Comment