ଗଂଜାମ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା ନିଜ ଶତାଧିକ ସମର୍ଥକଙ୍କ ସମେତ ବିଜେଡି ଛାଡି ବିଜେପିରେ ସାମିଲ
ଭୁୁବନେଶ୍ୱର, ତା.୨୫/୦୩: ଶାସକ ବିଜେଡି ନେତୃବୃନ୍ଦଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଗଂଜାମ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଆଜି ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।
ଶାସକ ବିଜେଡିରେ ଗଣତନ୍ତ୍ର ଏବଂ ସ୍ୱାଧୀନତା ନାହିଁ । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ଅତୀତରେ ଜନତା ଦଳ ଏବଂ ପ୍ରତିଷ୍ଠା ସମୟରୁ ବିଜୁ ଜନତା ଦଳରେ କାର୍ଯ୍ୟକର୍ତା ଭାବେ କାର୍ଯ୍ୟାରମ୍ଭ କରି ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି କରିବାରେ ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲି । ମାତ୍ର ଏହି ଦଳରେ ଓଡିଆଙ୍କ ସ୍ୱାଭିମାନ ପ୍ରତି ସମ୍ମାନ ନାହିଁ । ବିଜେଡି ଦଳର ନେତୃବୃନ୍ଦ ନିଜ ସ୍ୱାର୍ଥ ହାସଲ କରିବା ପରେ ସାମାନ୍ୟ କଣ୍ଢେଇ ଭଳି ବ୍ୟବହାର କରି ଫୋପାଡି ଦିଅନ୍ତି । ଚିଟଫଣ୍ଡ ଦଲାଲ୍ ଏବଂ ଟାଉଟରଙ୍କ ଘେରରେ ବିଜେଡି ରହିଛି । ତେଣୁ ଏଭଳି ସ୍ଥିତିରେ ନିଜ ଜିଲ୍ଲା ତଥା ରାଜ୍ୟର ବିକାଶ ସମ୍ଭବ ନୁହେଁ । ଅନ୍ୟ ପଟେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଆଜି ବିଜେପିରେ ସାମିଲ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ସମେତ ଆସ୍କା ଲୋକସଭା ନିର୍ବାଚନମଣ୍ଢଳୀର ମୁନା ବେହେରା, ହିନ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ସାହୁ, ଅନିଲ କୁମାର ବେହେରା, ମୁନା ଜେନା, ସରୋଜ କୁମାର ସ୍ୱାଇଁ, ବଳରାମ ବିଶୋଇ, ରମେଶ ଚନ୍ଦ୍ର ଦଳେଇ, ମନୋଜ କୁମାର ପ୍ରଧାନ, ବିଜୟ ବରାଡ, ଝଡିଆ ଦଳେଇ, ଦିଲୀପ ନାହାକ, ଶଙ୍କର ରାଉତ ପ୍ରମୁଖ ଶତାଧିକ ବିଜେଡି କାର୍ଯ୍ୟକର୍ତା ଆଜି ବିଜେପିରେ ସାମିଲ ହୋଇଛନ୍ତି ।
Comments
Post a Comment