ଶାସକ ବିଜେଡିର ପାର୍ଥୀମାନଙ୍କର ନାମାଙ୍କନରେ ଗୁରୁତର ତ୍ରୁଟି ଥିବା ସତ୍ୱେ ନିର୍ବାଚନ ଅଧିକାରି ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ :ବିଜେପି


୍ଡ କନ୍ଧମାଳ ସାଂସଦର ଲୋକସଭା ପାର୍ଥୀ ଅଚ୍ୟୁତ ସାମନ୍ତଙ୍କର ଅଛି ୨ଟି ଭୋଟର ପରିଚୟ ପତ୍ର
୍ଡ ହିଜିଂଳୀ ଓ ବିଜେପୁର ବିଧାନସଭା ବିଜେଡି ବିଧାୟକ ପାର୍ଥୀ ନବୀନ ପଟ୍ଟନାୟକ ଲୁଚାଇଛନ୍ତି କୋଇଲା ଦୁର୍ନୀତିରେ ସିବିଆଇ ମୋକଦ୍ଦମା ତଥ୍ୟ
୍ଡ ରାଉରକେଲା ବିଧାନସଭା ବିଜେଡି ବିଧାୟକ ପାର୍ଥୀ ସାରଦା ନାୟକଙ୍କ ଆୟକର ତଥ୍ୟ ଭୁଲ 

ଭୁବନେଶ୍ୱର, ତା.୨୮/୦୩: ଶାସକ ବିଜୁ ଜନତା ଦଳର କନ୍ଧମାଳ ସାଂସଦ ପାର୍ଥୀ ଅଚ୍ୟୁତ ସାମନ୍ତଙ୍କର ୨ଟି ଅଲଗା ଅଲଗା ଭୋଟର ପରିଚୟ ପତ୍ର ଅଛି । ଗୋଟିଏ କଟକ ସଦର ନିର୍ବାଚନ ମଣ୍ଡଳିରେ ଥିବାବେଳେ ଅନ୍ୟଟି ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀରେ ଅଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ପତ୍ରରେ ବି ୨ଟି ତ୍ରୁଟି ରହିଛି । ପ୍ରଥମ ତ୍ରୁଟି ହେଉଛି କି, ମୁଖ୍ୟମନ୍ତ୍ରୀ ଆ‘ିଡିବିଟ ଯେଉଁ ସ୍ଥାନରେ ଦସ୍ତଖତ କରିବା କଥା ମୁଖ୍ୟମନ୍ତ୍ରୀ ସେଠି କରିନାହାଁନ୍ତି । ଅନ୍ୟପଟେ କୋଇଲା ଦୁର୍ନୀତିରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କୁ ୨୫ ନଭେମ୍ବର ୨୦୧୭ରେ ଜେରା କରିବା ଘଟଣା ସେ ତାଙ୍କ ପ୍ରାର୍ଥୀପତ୍ରରେ ଦର୍ଶାଇ ନାହାଁନ୍ତି । ରାଉରକେଲାରେ ବିଜେଡିର ବିଧାୟକ ପାର୍ଥୀ ସାରଦା ନାୟକ ନିଜ ନାମାଙ୍କନରେ ୨୦୧୮-୧୯ର ଆୟକର ତଥ୍ୟ ଦେଇଛନ୍ତି ଯାହା ଭୁଲ ଅଟେ । ସେହିପରି ବିଜୁ ଜନତା ଦଳର ଆସ୍କାର ଲୋକସଭା ପାର୍ଥୀନି ପ୍ରମିଳା ବିଶୋଇଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଦେଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । ବଲାଙ୍ଗିର ଲୋକସଭା ପାଇଁ ବିଜେଡିରୁ ଲଢୁଥିବା ସାଂସଦ ପାର୍ଥୀ କଳିକେଶ ସିଂହଦେଓଙ୍କର ଦୁଇଟି ଭୋଟର ପରିଚୟ ପତ୍ର ଅଛି । ଦଶପଲ୍ଲାରେ ବିଧାୟକ ପାଇଁ ଲଢୁଥିବା ବିଜେଡି ପାର୍ଥୀ ରମେଶ ଚନ୍ଦ୍ର ବେହେରା ଅନୁସୁଚିତ ଜାତି ବର୍ଗର ନୁହନ୍ତି । ହେଲେ ସେ ମିଥ୍ୟା ଜାତିଗତ ପ୍ରମାଣ ଦେଇ ନିର୍ବାଚନ ଲଢୁଛନ୍ତି । ଏ ସମସ୍ତ ପ୍ରାର୍ଥୀ ବିଜୁ ଜନତା ଦଳର ହୋଇଥିବାରୁ ସମ୍ପୃକ୍ତ ନିର୍ବାଚନ ରିଟର୍ଣ୍ଣିଙ୍ଗ ଅ‘ିସରମାନେ ସେମାନଙ୍କ ପାର୍ଥୀପତ୍ରକୁ ନାକଚ କରିନାହାନ୍ତି । ମୁଖ୍ୟ ନିର୍ବାଚନ ଅଧୀକାରିଙ୍କୁ ମଧ୍ୟ ଅଭିଯୋଗ କରିଲା ପରେ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ଲେଖାଶ୍ରୀ କହିଛନ୍ତି ଯେ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ବେଳେ ଶାସକ ବିଜୁ ଜନତା ଦଳର ପାର୍ଥୀମାନେ ନାମାଙ୍କନପତ୍ରରେ ଅନେକ ତ୍ରୁଟି ଥିବାବେଳେ ଏହା ଉପରେ ଭାରତୀୟ ଜନତା ପାର୍ଟୀର ପାର୍ଥୀମାନେ ସମ୍ପୃକ୍ତ ଜିଲ୍ଲାର ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ଆଗରେ ଆପତି ଉଠାଇଥିଲେ । ହେଲେ ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅ‘ିସରମାନେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ମୁଖ୍ୟ ନିର୍ବାଚନ ଅଧିକାରିବି ବିଜୁ ଜନତା ଦଳକୁ ସୁହାଇଲା ଭଳି କାମ କରୁଛନ୍ତି ।
ଯେଉଁ ପାର୍ଥୀମାନଙ୍କର ନାମାଙ୍କନରେ ଭୁଲ ତଥ୍ୟ ଦିଆଯାଇଛି ଏବଂ ଯେଉଁ ପାର୍ଥୀମାନେ ସେମାନଙ୍କ ସତ୍ୟପାଠରେ ତଥ୍ୟକୁ ଲୁଚାଇଛନ୍ତି ତୁରନ୍ତ ସେମାନଙ୍କର ନାମାଙ୍କନ ପତ୍ରକୁ ଖାରଜ କରିବା ସହ ସେମାନଙ୍କୁ ସୁରକ୍ଷା ଯୋଗାଉଥିବା ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅ‘ିସରମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲେଖାଶ୍ରୀ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 

Comments