ରାଜ୍ୟ ସରକାର ହିତାଧୀକାରିଙ୍କ ତାଲିକା ନଦେବାରୁ ଚାଷୀମାନେ ପାଉନାହାନ୍ତି କାଳିଆ ଟଙ୍କା :ବିଜେପି

କାଳିଆ ଯୋଜନାରେ ବିଜେଡିର ଅଭିଯୋଗ ପ୍ରସଙ୍ଗରେ

ପିଏମ କିଷାନ ତାଲିକା କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କୁ ଦେଇଥିଲାବେଳେ ରାଜ୍ୟ ସରକାର କାଳିଆର ତାଲିକା କାହିଁକି ଦେଉନାହାନ୍ତି ?
ମୁଖ୍ୟ ନିର୍ବାଚନ ଅଧିକାରି ଅତ୍ୟନ୍ତ ସନ୍ଦେହପୁର୍ଣ୍ଣ ଭାବେ ବିଜେଡିକୁ ସୁହାଇଲାଭଳି ଭୂମିକା ନେଉଛନ୍ତି
କାଳିଆ ଯୋଜନାରେ ଅର୍ଥ ବଂଟା ବନ୍ଦ ପଛରେ କାରଣ ସ୍ପଷ୍ଟ ଥିଲାବେଳେ ସେ ନିଜେ ଗଣମାଧ୍ୟମରେ କିଛି କହୁନାହାନ୍ତି
ମୁଖ୍ୟ ନିର୍ବାଚନ ଅଧିକାରି ଯଦି ମୁହଁ ଖୋଲିବେ ତାହେଲେ ବିଜୁ ଜନତା ଦଳ ଅଡୁଆରେ ପଡିବ ସେଥିପାଇଁ ସେ ଚୁପ ବସିଛନ୍ତି
ଭୁୁବନେଶ୍ୱର, ତା.୨୮/୦୩: କାଳିଆ ଯୋଜନାରେ ରାଜ୍ୟ ସରକାର ହିତାଧିକାରି ଚାଷୀମାନଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେଇପାରିଲେ ନାହିଁ ଯାହା ନିୟମ ଅନୁସାରେ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେବା କଥା । ୩୬ ଲକ୍ଷ ଚାଷୀ ହିତାଧିକାରିଙ୍କ ତାଲିକା ଦେବାରେ ରାଜ୍ୟ ସରକାର ବିଫଳ ହେବା କାରଣରୁ କାଳିଆ ଯୋଜନାରେ ଅର୍ଥ ବାଂଟିବାକୁ ମୁଖ୍ୟ ନିର୍ବାଚନ ଅଧିକାରି ବନ୍ଦ କରିଛନ୍ତି । ରାଜ୍ୟ ସରକାର ହିତାଧୀକାରିଙ୍କ ତାଲିକା ନଦେବାରୁ ଏବେ ଚାଷିମାନେ ଏବେ କାଳିଆ ଯୋଜନାରେ ଟଙ୍କା ପାଇବାରୁ ବଂଚିତ ହେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମିର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜୁ ଜନତା ଦଳର ଅଭିଯୋଗ ଥିଲା ଯେ ପିଏମ କିଷାନରେ ଅର୍ଥ ବଂଟାଯାଉଥିଲାବେଳେ କାଳିଆ ଯୋଜନାରେ କାହିଁକି ଅର୍ଥ ବଂଟା ବନ୍ଦ ହୋଇଛି ? ପିଏମ କିଷାନ ଯୋଜନାରେ ହିତାଧିକାରି ତାଲିକା କେନ୍ଦ୍ର ସରକାର ନିର୍ବାଚନ ଅଧିକାରି ଓ ନିର୍ବାଚନ କମିଶନଙ୍କ ପାଖରେ ଦେଇଛନ୍ତି । ହେଲେ ରାଜ୍ୟ ସରକାର କାହିଁକି କାଳିଆ ଯୋଜନାର ହିତାଧିକାରି ତାଲିକା ଦେଉନାହାନ୍ତି ? ତାଲିକା ଦେଉନଥିବାରୁ କାଳିଆ ଯୋଜନାକୁ ନିର୍ବାଚନ ଅଧିକାରି ବନ୍ଦ କରିଛନ୍ତି । ରାଜ୍ୟ ସରକାରଙ୍କ ଭୁଲ ପାଇଁ ଚାଷି ହଇରାଣ ହେଉଥିଲା ବେଳେ ବିଜୁ ଜନତା ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଚାଷୀଙ୍କୁ ମୋବାଇଲରେ ମେସେଜ ଆସୁଛି କାଳିଆ ଅର୍ଥ ତୁମକୁ ମିଳିଗଲା ବୋଲି ହେଲେ ବାସ୍ତବରେ ବ୍ୟାଙ୍କ ଖାତାକୁ ଆଦୌ ପଇସା ଆସୁନି । ମେସେଜ ଆସିବାର ୫୦ ଦିନରୁ ଅଧିକ ଦିନ ଗଲା ପରେ ବି ଏବେ ଯାଏଁ ଚାଷୀମାନଙ୍କୁ ମିଳିନି ପଇସା । ରାଜ୍ୟ ସରକାର ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିଥିବା ଦାବି କରୁଥିବାବେଳେ ସେମାନଙ୍କର ତାଲିକା ବି ଦେଇ ପାରୁନାହାନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଅର୍ଥକୁ ହରିଲୁଟ କରାଯାଇଛି । ଧରାପଡିଯିବା ଭୟରେ ବିଜୁ ଜନତା ଦଳ ଏବେ କାଳିଆ ଯୋଜନାକୁ ନେଇ ବାହାନା ଖୋଜୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରି ମଧ୍ୟ ଅତ୍ୟନ୍ତ ସନ୍ଦେହପୁର୍ଣ୍ଣ ଭାବେ ବିଜେଡିକୁ ସୁହାଇଲାଭଳି ଭୂମିକା ନେଉଛନ୍ତି । କାଳିଆ ଯୋଜନା ବନ୍ଦ ପଛରେ କାରଣ ସ୍ପଷ୍ଟ ଥିଲାବେଳେ ସେ ନିଜେ ଗଣମାଧ୍ୟମରେ କିଛି କହୁନାହାନ୍ତି । କାଳିଆ ଯୋଜନା ବନ୍ଦ ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରି ଯଦି ମୁହଁ ଖୋଲିବେ ତାହେଲେ ବିଜୁ ଜନତା ଦଳ ଅଡୁଆରେ ପଡିବ ସେଥିପାଇଁ ସେ ଚୁପ ବସିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments