ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି
ଭୁବନେଶ୍ୱର,ତା.୨୭/୦୩: ଗତକାଲି ମାର୍ଚ୍ଚ ୨୬ ତାରିଖ ସଂ୍ମାରେ ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ରାଲି କରି ରୋଡ ସୋ କରିଛନ୍ତି । ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ସେ ଭୁବନେଶ୍ୱର ସହିଦ ନଗରଠାରେ ଖୋଲା ଜିପରେ ବୁଲି ଡ୍ରମ ଓ ବ୍ୟାଣ୍ଡ ବାଜା ସହ ବିଜେଡି ଦଳ ପାଇଁ ପ୍ରଚାର କରିଛନ୍ତି । ଏଥି ସହ ୧୦ଟି ଚାରିଚକିଆ ଯାନ, ୨୦୦ଟି ମୋଟର ସାଇକେଲ ସମେତ ସହ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ । ସଂ୍ମା ସମୟରେ ଜନଗହଳିପୂର୍ଣ୍ଣ ଅଂଚଳ ସହିଦ ନଗରରେ ବିନା ଅନୁମତିରେ ରାଲି କରି ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ।
ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି । ସଂ୍ମା ୬ ଟାରୁ ୧୦ ପର୍ଯ୍ୟନ୍ତ ରୋଡ ସୋ କରିବା ଦ୍ୱାରା ସାଧାରଣ ଲୋକ ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇଛନ୍ତି । ଶ୍ରୀ ପଟ୍ଟନାୟକ ଆଦର୍ଶ ନିର୍ବାଚନ ଆଚରଣ ବିଧିି ଉଲ୍ଲଘଂନ କରିଥିବାରୁ ନିର୍ବାଚନ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧୀ ଦଳ ଦାବି କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ ଏବଂ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।
Comments
Post a Comment