ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି

ଆଇନ ଅନୁଯାୟୀ ବିଜେପି ଲଗାଇଥିବା ହୋଡିଂକୁ ଜିଲ୍ଲା ପ୍ରଶାସନ କାଢିବା ପ୍ରସଙ୍ଗରେ
ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି  ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେପି
ଭୁୁବନେଶ୍ୱର, ତା.୨୭/୦୩: ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ବିଜେପି ଲଗାଇଥିବା ହୋଡିଂକୁ ଉଦ୍ଦେଶ୍ୟମୂଳକ ଭାବେ ଜିଲ୍ଲା ପ୍ରଶାସନ କାଢିବା ସଂପୂର୍ଣ୍ଣରୂପେ ବେଆଇନ । ଆଇନ ଅନୁଯାୟୀ ବିଜେପି ଦଳ ପକ୍ଷରୁ ନୟାଗଡ ଠାରେ ହୋଡିଂ ଲଗାଯାଇଥିଲା । ଆଜିର ନୟାଗଡରେ ଥିବା ସାଧାରଣ ସଭା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପୋଷ୍ଟର ହୋଡିଂକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଢା ଯାଇଛି । ଏହା ସଂପୂର୍ଣ୍ଣରୂପେ ଆଇନ ବିରୋଧୀ ଦର୍ଶାଇ ତଥ୍ୟ ପ୍ରମାଣ ସହ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜନୈତିକ ବିରୋଧୀ ଦଳ ପ୍ରତି ଜିଲ୍ଲା ପ୍ରଶାସନ ଅସହିଷ୍ଣୁ ହୋଇ ପଡିଛି । ଶାସକ ଦଳର ହୋଡିଂକୁ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେଉଥିବାବେଳେ ବିରୋଧୀଦଳର ପୋଷ୍ଟରକୁ ଚିରି ଦିଆଯାଉଛି । ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ରାଜ୍ୟରେ ମୁକ୍ତ ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ଦଳ ପକ୍ଷରୁ ଦାବି ହୋଇଛି ।
ବିଜେପିର ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଆଇନଜୀବୀ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ । 

Comments