ଭୁବନେଶ୍ୱର, ତା୨୫ା୩- ପ୍ରାଧ୍ୟାପକ ଡକ୍ଟର ନାରାୟଣ ମହାନ୍ତିଙ୍କ ରଚିତ ପୁସ୍ତକ ‘ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ’ର ଉନ୍ମୋଚନ ଉତ୍ସବ ଆସନ୍ତା ୨୭ ତାରିଖ ସନ୍ଧ୍ୟା ୬ଟାରେ ସ୍ଥାନୀୟ ରିଜିଓନାଲ କଲେଜ ଅଫ୍ ଏଡ଼ୁକେସନର ସଭାକକ୍ଷରେ ଅନୁଷ୍ଠିତ ହେବ । ବଶିଷ୍ଠ ବିଚାର ମଂଚ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏଥିରେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସଦସ୍ୟ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିବେ । ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଓ ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍ ଶ୍ରୀ ଧନେଶ୍ୱର ସାହୁ ପୁସ୍ତକର ସମୀକ୍ଷା କରିବେ ବୋଲି ମଂଚ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ।
Comments
Post a Comment