ବାମପନ୍ଥୀଙ୍କ ଆକ୍ରମଣ ପ୍ରତିବାଦରେ ସିମିଳା ଉପାୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା






ସିମିଳା(ଭିଏସ୍ କେ): ହିମାଚଳ ପ୍ରଦେଶ ବିଶ୍ୱ ବିଦ୍ୟାଳୟ ହଷ୍ଟେଲ ପାଖରେ ଲାଗୁଥିବା ସଂଘର ଶାଖା ଉପରେ ଏସ୍.ଏଫ୍ଆଇର ନକସଲୀ ଛାତ୍ରମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦ୍ୱାରା ମରଣାନ୍ତ୍ରକ ଆକ୍ରମଣ ପ୍ରତିବାଦରେ ସିମିଳା ମାନବଧିକାର ରକ୍ଷା ମଂଚ ହିମାଚଳ ପ୍ରଦେଶ ତରଫରୁ ସିମିଳା ଉପାୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି ।


ମଂଚ ର ସଚିବ କେ ସି ସତ୍ୟପାଳ ପ୍ରଦେଶ ସରକାରଙ୍କ ପାଖରେ ଦାବି କରିଛନ୍ତି ଯେ, ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ମଂଚ ତରଫରୁ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ।


କମ୍ୟୁନିଷ୍ଟମାନେ ବିଶ୍ୱବିଦ୍ୟାଳୟର ବାତାବରଣକୁ ନଷ୍ଟ ନ କରିବାକୁ  ଚେତାବନି ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦର ପ୍ରଦେଶ ସହମହାମନ୍ତ୍ରୀ ସୁନୀଲ ଜୟସୁଆଲ ।ଏସ୍ଏଫ୍ଆଇ ଏବଂ ସହରୀ ନକ୍ସଲଙ୍କ ଗଠବନ୍ଧନ ଦ୍ୱିତୀୟ ଥର ପାଇଁ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପଶି  ରହୁଥିବା ଛାତ୍ରମାନଙ୍କ ଉପରେ ଧାରୁଆ ଅସ୍ତ୍ରଧରି ଆକ୍ରମଣ କରିବା ଘୋର ନିନ୍ଦନୀୟ ବିଷୟ ବୋଲି ଏବିଭିପିର ରାଷ୍ଟ୍ରୀୟ ମନ୍ତ୍ରୀ ହେମା ଠାକୁର ଏହି  ବିଷୟ ପ୍ରକାଶ କରି କହିଲେ ଯେ, କମ୍ୟୁନିଷ୍ଟମାନଙ୍କ କେରଳ ଓ ପଶ୍ଚିମବଙ୍ଗର ହିଂସା ଦେବ ଭୂମିରେ ଚଳିବ ନାହିଁ ।
ସୂଚନା ଯୋଗ୍ୟ ଯେ,ରବିବାର ଦିନ ସକାଳେ ସିମିଳା ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶାଖା ଉପରେ କମ୍ୟୁନିଷ୍ଟ ଗୁଣ୍ଡାମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସଂଘର ବିଭାଗ ପ୍ରଚାରକଙ୍କ ସହିତ ସଂଘର ସ୍ୱୟଂସେବକମାନେ  ଆହତ ହୋଇଥିଲେ । ଏହିଭଳି ଜଘନ୍ୟ କାଣ୍ଡ ଘଟାଇ ଆକ୍ରମଣକାରୀମାନେ ଶାନ୍ତ ହେଲେ ନାହିଁ । ସେମାନେ ପାଖରେ ଥିବା ବିବି ହଷ୍ଟେଲରେ ପହଂଚି ଏଠାରେ ରହୁଥିବା ଏବିଭିପିର କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । କମୁନିଷ୍ଟ ଗୁଣ୍ଡାମାନଙ୍କ ଆକ୍ରମଣରେ ଆହତ ହୋଇଥିବା ସ୍ୱୟଂସେବକ ଓ ବିଦ୍ୟାଥି ପରିଷଦର କାର୍ଯ୍ୟକର୍ତମାନଙ୍କୁ ତୁରନ୍ତ ଆଇଜିଏମ୍ସି ମେଡିକାଲରେ ଭର୍ତି କରାଯାଇଛି । ଏବେ ସେମାନଙ୍କ ଅବସ୍ଥା ଗୁରୁତ୍ୱର ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।
ଆକ୍ରମଣକାରୀମାନେ ଏହି ଷଡଯନ୍ତ୍ର  ବହୁ ଆଗରୁ ରଚନା କରିଥିଲା । ସେଦିନ ହଠାତ୍ ସକାଳୁ ଶାଖା ଲାଗୁଥିବା ସ୍ଥାନରେ ୫୦ରୁ ଅଧିକ କମ୍ୟୁନିଷ୍ଟ ଗୁଣ୍ଡାମାନେ  ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଦଳବଦ୍ଧ ହୋଇ ପହଂଚି କ୍ରିକେଟ ଖେଳିବା ବାହାନାରେ ସ୍ୱୟଂସେବକମାନଙ୍କ ଉପରେ ଆକ୍ରମଣ କରିଥିଲେ । ସକାଳ ୫ ଘଟିକାରେ ହୋଇଥିବା ଏହି ଆକ୍ରମଣରେ ୧୨ ଜଣରୁ ଅଧିକ ସ୍ୱୟଂସେବକ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି ।
କମ୍ୟୁନିଷ୍ଟ ବା ଏସ୍ ଏଫ୍ ଆଇ ର ଇତିହାସ ରକ୍ତ ରଂଜିତ । ଏହାର ପୁନରାବୃତ୍ତି ସମୟ ସମୟରେ ଦେଖିବାକୁ ମିଳେ । ବାମପନ୍ଥୀମାନେ ଅନ୍ୟ ବିଚାରଧାରାର ଲୋକମାନଙ୍କୁ ଜୀବନରେ ମାରି ନିଜର କ୍ଷମତା ଜାହିର କରନ୍ତି । 
ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟର ସାଧାରଣ ବିଦ୍ୟାର୍ଥିମାନେ ବାମପନ୍ଥୀମାନଙ୍କର ଏହି ଚେହେରା ସହିତ ଭଲଭାବରେ ପରିଚିତ । ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥି ପରିଷଦ ନିଜର ଆନ୍ଦୋଳନ ଓ ରଚନାତ୍ମକ କାର୍ଯ୍ୟ ଦ୍ୱାରା ଛାତ୍ରମାନଙ୍କ ମଧ୍ୟରେ ରାଷ୍ଟ୍ରବାଦ ଭାବନା ମଜବୁତ କରିଛି । ବିଦ୍ୟାର୍ଥି ପରିଷଦ ଉପରେ ବିଦ୍ୟାର୍ଥିମାନଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରୁ  ସହରୀ ନକସଲମାନେ ଏହାକୁ ହଜମ କରି ପାରୁନାହାଁନ୍ତି । ବାମପନ୍ଥୀମାନେ ଏବିଭିପିର ଶକ୍ତି ବୃଦ୍ଧିକୁ ସହି ନପାରି କ୍ରିକେଟ ଖେଳିବା ଆଳକରି ସକାଳ ୫ ଘଟିକାରେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶାଖା ଏବଂ ଏହାପରେ ଛାତ୍ରାବାସରେ ରହୁଥିବା ବିଦ୍ୟାର୍ଥି ପରିଷଦ କାର୍ଯ୍ୟକର୍ତାମାନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରମାଣ କରୁଛି ଯେ, ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ବାମପନ୍ଥୀ ବିଚାରଧାକକୁ ପ୍ରତ୍ୟାଖ୍ୟାତ କରାଯାଇଛି । 
ଏହି ଘଟଣାରେ ପୋଲିସ ମାମଲା ଦର୍ଜକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟ ପକ୍ଷରେ ପ୍ରଦେଶ ମୁଖ୍ୟମନ୍ତ୍ରୀ  ଜୟରାମ ଠାକୁର କହିଛନ୍ତି ଯେ, ଏହା ପଶ୍ଚିମବଙ୍ଗ କି କେରଳ ନୁହେଁ । ପ୍ରଦେଶରେ ଏପରି କୌଣସି ହିଂସାତ୍ମକ ଘଟଣାକୁ ପ୍ରସୟ ଦିଆଯିବ ନାହିଁ । ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Comments