ରେମୁଣା ନିର୍ବାଚନୀ ମଣ୍ଡଳୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୈଜୟନ୍ତ ପଣ୍ଡା
ଭୁବନେଶ୍ୱର,ତା.୨୫/୦୩: ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ବୈଜୟନ୍ତ ପଣ୍ଡା ।
ଶ୍ରୀ ପଣ୍ଡା ଆସନ୍ତାକାଲି ଶ୍ରୀ ପଣ୍ଡା ଦିନ ୧୧ଟା ୩୦ ମିନିଟ୍ରେ ରେମୁଣା ନିର୍ବାଚନୀ ମଣ୍ଡଳୀ ବାଲେଶ୍ୱର ସଦର ବ୍ଲକର ଜୟଦେବ କସବା ଗ୍ରାମପଚାଂୟତ ଗାଙ୍ଗୁମାଲ୍ଲିକଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହି ସାଧାରଣ ସଭାରେ ଶ୍ରୀ ପଣ୍ଡା ବିଜେପି କାର୍ଯ୍ୟକର୍ତାଙ୍କ ସମେତ ସମସ୍ତ ରେମୁଣା ବାସୀଙ୍କୁ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
Comments
Post a Comment