ଶ୍ରୀନଗର, ୨୫/୩ : ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଲା ଯେ,ଜମ୍ମୁ-କାଶ୍ମୀରର ସୋପିଆନ ଠାରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ କରି ଜୱାନଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା କରୁଛନ୍ତି । ଏହି ସୂଚନାକୁ ଆଧାର କରି ପୁଲିସ ଓ ସେନା ମିଳିତ ଭାବେ ଶ୍ରୀନଗର-ବାରାମୂଲା ମାର୍ଗସ୍ଥିତ ଲାବାୟାପୋରା ଠାରେ ଯାନବାହନ ଯାଂଚକୁ ଜୋରଦାର କରିଥିଲେ । ଏହି ଯାଂଚ ସମୟରେ ଗୋଟିଏ କାର୍ରୁ ୩ ଜଣ ଜୈସ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଜୀବନ୍ତ ଗୁଳି ଏବଂ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଥିଲେ । ଗିରଫ ୩ ଜଣ ଜୈସ ଆତଙ୍କବାଦୀଙ୍କ ପରିଚୟ ଯଥାକ୍ରମେ ରଈସ ହୁରା, ସାହିଦ ଭଟ୍ଟ ଏବଂ ଇଶାକ ଲୋନ ବୋଲି ଜଣାପଡ଼ିଛି ।

Comments
Post a Comment