କାଳିଆ ଯୋଜନାରେ ଟଙ୍କା ବଂଟାଙ୍କୁ ନେଇ ବିଜେଡିର ଅଭିଯୋଗ ପ୍ରସଙ୍ଗରେ ଯୋଜନାରେ ଅର୍ଥ ନଥିବାରୁ ଟଙ୍କା ବଂଟା ବନ୍ଦ ହୋଇଛି, ବିଜୁ ଜନତା ଦଳ ମିଛରେ କାନ୍ଦୁଛି :ବିଜେପି


୍ଡ କାଳିଆ ଯୋଜନାରେ ଅର୍ଥ ନମିଳିବାର କାରଣ ହେଉଛି ସରକାରଙ୍କ ପାଖରେ କାଳିଆ ଯୋଜନା ପାଇଁ ଅର୍ଥ ନାହିଁ
୍ଡ ପ୍ରଥମ ଦ‘ାରେ ୩୬ ଲକ୍ଷ ଚାଷୀଙ୍କ ପଇସା ଆସିବା କଥା ସରକାର କହୁଥିଲା ବେଳେ ସରଜମିନ ରିପୋର୍ଟ କହୁଛି ମାତ୍ର ୧ ଲକ୍ଷ ଲୋକଙ୍କୁ ମିଳିଛି ଅର୍ଥ
୍ଡ ୨ ମାସ ହେଲାଣି ଖାଲି ମେସେଜ ପାଇ ଚାଷି ଚାହିଁଛନ୍ତି ପଇସାକୁ
୍ଡ ଚାଷି ଅସନ୍ତୋଷ ଭୟରେ ବିଜୁ ଜନତା ଦଳ ବିଳିବିଳି ହେଉଛି

ଭୁବନେଶ୍ୱର,ତା.୨୫/୦୩: କାଳିଆ ଯୋଜନାରେ ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରି ଟଙ୍କା ବାଂଟିବା ବନ୍ଦ କରିଥିବା ବୋଲି କହିବା ବିଜୁ ଜନତା ଦଳର ନିର୍ବୋଧତାକୁ ପରିପ୍ରକାଶ କରୁଛି । କାଳିଆ ଯୋଜନାରେ ଟଙ୍କା କଣ ବିଜୁ ଜନତା ଦଳ ବାଂଟୁଥିଲା କି ? ଏହା ଏକ ସରକାରୀ ଯୋଜନା । ଏହା କୌଣସି ବିଜୁ ଜନତା ଦଳର ଅର୍ଥ ନୁହେଁ । ସରକାରୀ ସଚିବ କି ମନ୍ତ୍ରୀ କିଛି କହୁନଥିବା ବେଳେ ବିଜୁ ଜନତା ଦଳର ପ୍ରବକ୍ତା ଏ ବିଷୟରେ ମୁହଁ ଖୋଲୁଛନ୍ତି । ସେହିପରି କାଳିଆ ଯୋଜନାରେ ଯୋଜନା ପାଣ୍ଠିରେ ଆଉ ଅର୍ଥ ନାହିଁ । ସେଥିପାଇଁ କାଳିଆ ଯୋଜନାରେ ଟଙ୍କା ବାଂଟିବା ପାଇଁ ସରକାର ପଛାଉଛନ୍ତି । ଏପରି ସ୍ଥିତିରେ କାଳେ ରାଜ୍ୟରେ ଚାଷୀମାନେ ନିର୍ବାଚନ ଆଗରୁ ଏହାକୁ ଏକ ପ୍ରସଙ୍ଗ କରିବେ ସେହି ଭୟରେ ବିଜୁ ଜନତା ଦଳ ଏପରି ମିଥ୍ୟା ବୟାନ ଦେଉଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଖାଲି ସେତିକି ନୁହେଁ କାଳିଆ ଯୋଜନାରେ ପ୍ରଥମ ଦ‘ାରେ ଚାଷୀଙ୍କୁ ମିଳିବାକୁ ଥିବା ଅର୍ଥକୁ ହରିଲୁଟ କରାଯାଇଛି । କାଳିଆ ଯୋଜନାରେ ବିଜୁ ଜନତା ଦଳ ବଡ ବଡ ବିଜ୍ଞାପନ ମାରିି କହୁଛନ୍ତି ରାଜ୍ୟରେ ୩୬ ଲକ୍ଷ ଚାଷି କାଳିଆ ଯୋଜନାରେ ଅର୍ଥ ପାଇସାରିଲେଣି । ହେଲେ ଏପଟେ ଚାଷୀଙ୍କୁ ମୋବାଇଲରେ ମେସେଜ ଆସୁଛି ଯେ କାଳିଆ ଯୋଜନାରେ ଅର୍ଥ ତୁମକୁ ମିଳିଗଲା ବୋଲି ହେଲେ ବାସ୍ତବରେ ବ୍ୟାଙ୍କ ଖାତାକୁ ଆଦୌ ପଇସା ଆସୁନି । ମେସେଜ ଆସିବାର ୫୦ ଦିନରୁ ଅଧିକ ଦିନ ଗଲା ପରେ ବି ଏବେ ଯାଏଁ ଚାଷୀମାନଙ୍କୁ ମିଳିନି ପଇସା । ରାଜ୍ୟ ସରକାର ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିଥିବା ଦାବି କରୁଥିବାବେଳେ ସେମାନଙ୍କର ତାଲିକା ବି ଦେଉନାହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି କାଳିଆ ଯୋଜନା ଘୋଷଣା ବେଳେ ରାଜ୍ୟ ସରକାର ଘୋଷଣା କରିଥିଲେ କାଳିଆ ଟଙ୍କା ୫୭ ଲକ୍ଷ ଚାଷୀଙ୍କୁ ମିଳିବ । ହେଲେ କାଳିଆ ଯୋଜନାରେ ବାସ୍ତବରେ କେତେ ଚାଷୀ ଅର୍ଥ ପାଇଲେ ତାହା ଏବେ ବି ଅନ୍ଧାରରେ । ଆମେ ଯୁଆଡେ ଯାଇକି ପଚାରି ବୁଝୁଛୁ କାଳିଆ ଯୋଜନାରେ ଅର୍ଥ କାହାକୁ ମିଳିନାହିଁ । ପୁରା ଗାଁରେ କାଁ ଭାଁ ଜଣେ ଦି ଜଣ ଚାଷିଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିଛି । ମାତ୍ର ୧ ଲକ୍ଷ ଚାଷି ହିଁ କାଳିଆ ଯୋଜନାରେ ଅର୍ଥ ପାଇଛନ୍ତି ।
ସରକାର ଯେଉଁ ଘୋଷଣା ପରେ ଘୋଷଣା କରି କହୁଥିଲେ ଯେ ପର୍ଯ୍ୟାୟ କ୍ରମେ କାଳିଆ ଯୋଜନାରେ ଅର୍ଥ ଗଲା ବୋଲି ସେ ସବୁ ମିଛ । ଖାଲି ମୋବାଇଲକୁ ମେସେଜ ପଠାଇଛନ୍ତି, ପଇସା ଦେଇ ନାହାନ୍ତି । ଯେଉଁ ୩୬ ଲକ୍ଷ ଚାଷୀଙ୍କୁ ମିଳିଲା ବୋଲି କହୁଛନ୍ତି ବାସ୍ତବରେ ୩୬ ଲକ୍ଷ ଲୋକଙ୍କ ପାଖକୁ ମେସେଜ ଯାଇଛି କିନ୍ତୁ ପଇସା ଯାଇନାହିଁ  ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି  ଯେ ୩୬ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ପଇସା ଗଲା କୁଆଡେ ? ସେ ହିତାଧିକାରି କିଏ ? କାହିଁକି ସରକାର ତାଲିକା ଦେବାକୁ ଡରୁଛନ୍ତି । ଗୋଟିଏ ବଡ ଦୁର୍ନୀତି ହୋଇଛି ଏହି କାଳିଆ ଯୋଜନାରେ । ଚାଷୀଙ୍କ ଟଙ୍କାକୁ ମିଳିମିଶି ଲୁଟିଛନ୍ତି । ଗୋଟାଏ ମେସେଜରେ ୨୦ ପଇସା ଖର୍ଚ୍ଚ କରି ୫ ହଜାର ଟଙ୍କା ଲେଖାଏଁ ଚାଷିଙ୍କ ଠାରୁ ଲୁଟାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ୬ ହଜାର ଟଙ୍କା ଲେଖାଏଁ ପ୍ରତି ଚାଷୀ ଦେବା ପାଇଁ ପଇସା ଧରିକି ବସିଛନ୍ତି । ହେଲେ ରାଜ୍ୟ ସରକାର ଚାଷୀମାନଙ୍କର ତାଲିକା ଦେଉନାହାନ୍ତି । କେନ୍ଦ୍ର ସରକାର ମାଗିଲେ ୪୫ ଲକ୍ଷ ଚାଷିଙ୍କ ତାଲିକା । ହେଲେ ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷିଙ୍କ ତାଲିକା ଦେଲେ । ବାକି ତାଲିକା ରାଜ୍ୟ ସରକାର କାହିଁକି ଦେଉନାହାନ୍ତି ? ମୁଖ୍ୟମନ୍ତ୍ରୀଙ୍କର ଡର ଅଛି ଯେ କାଳେ କେନ୍ଦ୍ର ସରକାର କିଷାନ ନିଧି ଯୋଜନାରେ ଅର୍ଥ ଦେଇଦେଲେ ବିଜେଡିକୁ ଆଉ ଭୋଟ ମିଳିବନି ସେଇ ଭୟରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତାଲିକା ଦେଉନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି  ।
ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜୁ ଜନତା ଦଳର ସରକାର ହେଉଛନ୍ତି ଚାଷି ମାରଣ ସରକାର । ମୁଖ୍ୟମନ୍ତ୍ରୀ ଯିଏ ତାଙ୍କ ଜିବନରେ ଦିନେ ଲଙ୍ଗଳ କଂଟି ଧରିନାହାନ୍ତି ସିଏ କଣ ଜାଣିବେ ଚାଷିଙ୍କ ଦୁଃଖ । ସେ ଗୋଟିଏ ପଟେ କାଳିଆ ଯୋଜନାରେ ଟଙ୍କା ଦେଲେ ନାହିଁ, ଦୁର୍ନୀତି କଲେ, ମେସେଜ ପଠେଇ ଚାଷିଙ୍କୁ ଠକିଲେ, ଅନ୍ୟ ପଟେ ମୋଦିଙ୍କ କିଷାନ ନିଧି ଯୋଜନାର ଅର୍ଥକୁ ମଧ୍ୟ ଚାଷିଙ୍କ ପାଖେ ପହଂଚାଇଲେ ନାହିଁ ।

Comments